ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ

ବୁଗୁଡ଼ା, 27/10/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସମ୍ପ୍ରତି ସମାଜରେ ବଢିଚାଲିଥିବା ସାଇବର କ୍ରାଇମକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପୋଲିସର ସାଇବର ସେଲ ପକ୍ଷରୁ ସ୍ଥାନୀୟ ପିପୁଲ୍ସ କଲେଜରେ ଏକ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଚେତନତା ହିଁ ସୁରକ୍ଷା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏସଡିପି ଓ ଦିପକ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ପିପୁଲ୍ସ କଲେଜ ଉପାଧ୍ଯକ୍ଷ ହରିକୃଷ୍ଣ ନାୟକ, ଅଧ୍ୟାପକ ଡ.ପ୍ରଦୀପ କୁମାର ଦାଶ ଓ ଆତ୍ମ ପ୍ରକାଶ ନାୟକ ପ୍ରମୁଖ ଯୋଗଦେଇ ସାଇବର ସେଲ୍ ସମ୍ପର୍କରେ କଲେଜ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ । ଅଜଣା ଲିଙ୍କ୍ ନଖୋଲିବା ଏବଂ ନିଜ ଏଟିଏମ୍ କାର୍ଡର ନମ୍ବର ପିନ୍ ଓ ସିଭିଲ୍ ନମ୍ବର ପ୍ରଭୃତି ଅଜଣା ବ୍ୟକ୍ତି ଙ୍କୁ ନଦେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଏ ଅବସରରେ ସଚେତନତା ହିଁ ସାଇବର ଅପରାଧକୁ ସୁରକ୍ଷା ଦେଇପାରିବ ବୋଲି ଅତିଗଣ ମତ ପ୍ରକାଶ କରିବା ସହ ମୁଖ୍ୟତଃ ଅଧିକ ଆୟ କରୁଥିବା ଏବଂ ବ୍ୟାଙ୍କରେ ଟଙ୍କା ଜମା ରଖୁଥ‌ିବା ଗ୍ରୁପ ଓ ଲୋକଙ୍କୁ କିଭଳି ଭାବେ ସାଇବେର ଠକମାନେ ନିଶାଣ କରିଥାନ୍ତି ତାହା ବୁଝାଇଥିଲେ । ଏଥି ସହ ପୂର୍ବରୁ ଆୟୋଜିତ ସାଇବର ସୁରକ୍ଷା ସମ୍ପର୍କିତ ବକ୍ତୃତା ଓ କୁକିଜ୍ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହି ପରି ଅନ ରୂପ ଭାବେ ସ୍ଥାନୀୟ ବଳଦେବସ୍ଵାମୀ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ମଧ୍ୟ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା ବେଳେ ସେଥିରେ ଏସଡିପିଓ ଏବଂ ଆଇଆଇସିଙ୍କ ସମେତ କଲେଜ ଅଧ୍ୟକ୍ଷ ମନୋଜ କୁମାର ସ୍ୱାଇଁ, ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର, କ୍ରୀଡା ଶିକ୍ଷକ ସତ୍ୟଶ୍ରୀ କୁମାର ଜେନା ପ୍ରମୁଖ ଯୋଗ ଦେଇ ଛାତ୍ରୀଙ୍କୁ ସାଇବର ସୁରକ୍ଷା ଦିଗରେ ସଚେତନ କରିଥିଲେ । ଅନ୍ୟପକ୍ଷରେ ବୁଗୁଡ଼ା ସହର ରେ ସାଇବର ସୁରକ୍ଷା ସଚେତନତା ରଥ ପରିକ୍ରମା ସାଙ୍ଗକୁ ଦାସକାଠିଆ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ସାଇବର ସୁରକ୍ଷା ଦିଗରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ପୋଲିସ ଥାନାର ଅନ୍ୟ ଅଧିକାରୀ ଏବଂ କର୍ମ ଚାରୀଗଣ ସକ୍ରିୟ ସହଯୋଗ କରିଥିଲେ I
Article Image
Article Image
4