ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିପୁଲ୍ସ ହାଇସ୍କୁଲର ୮୧ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବୁଗୁଡା, 28/01/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ୮୧ତମ ବାର୍ଷିକ କ୍ରୀଡାର ଉଦଘାଟନୀ ଉତ୍ସବ ସ୍ବପରିସରସ୍ଥ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଆରସିସି କିରଣ ବାଳା ତ୍ରିପାଠୀ ଯୋଗ ଦେଇ ଛାତ୍ରମାନଙ୍କୁ ମାର୍ଗ ଦର୍ଶନ କରିଥିଲା ବେଳେ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ ସଂଯୋଜନା ଦାୟିତ୍ବ ନିର୍ବାହ କରିଥିଲେ । ସ୍ଥାନୀୟ ବଳଦେବ ମନ୍ଦିରରୁ କ୍ରୀଡା ଜ୍ୟୋତି ଆସି ଉତ୍ସବ ସ୍ଥଳରେ ପହଞ୍ଚିବା ପରେ ପ୍ରଧାନ ଶିକ୍ଷକଙ୍କ ଦ୍ଵାରା କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ସାମୁହିକ ଶପଥ ପାଠ କରାଯାଇଥିଲା । ଉକ୍ତ ଦ୍ବିଦିବସୀୟ କ୍ରୀଡା ଉତ୍ସବ ଅବସରରେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରଙ୍କ ମଧ୍ୟରେ ୧୦୦ମି ,୨୦୦ମି ଓ ୪୦୦ମି ଦୌଡ , ଲଙ୍ଗଜମ୍ପ୍ , ହାଇଜମ୍ପ୍ , ସଟପୁଟ୍ ଥ୍ରୋ , ଡିସକ୍ସ୍ ଥ୍ରୋ, ରିଲେ ରେସ୍ ଆଦି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ଚୟନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତା ଗୁଡିକୁ କ୍ରୀଡା ଶିକ୍ଷକ ବିଶ୍ବେଶ୍ବର ଗିରି , ଅମୀୟ ରଞ୍ଜନ ସ୍ବାଇଁ ଓ ସତ୍ଯଶ୍ରୀ କୁମାର ଜେନା ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।
Article Image
1