ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦେବଦାସୀ ନୃତ୍ୟ ହେବ ପଢୁଆଁ ଯାତ୍ରାରେ ନିଆଳି ଝିଅ ନାଚିବେ ଶ୍ରୀବଡଦାଣ୍ଡରେ

ଜଗତସିଂହପୁର, 28/10/2025, ଉତ୍କଳ voice news - utkalvoicenews.com( ସରୋଜ ନାୟକ ଙ୍କ ରିପୋର୍ଟ ) :
Article Image
ଅନେକ ଗବେଷକଙ୍କ ମତରେ ଶ୍ରୀ ଜଗନ୍ନାଥଙ୍କ ନିତିକାନ୍ତି ର ଦେବଦାସୀ ନୃତ୍ୟ, ପ୍ରଥମେ ଆରମ୍ଭ ହୋଇଥିଲା, ନିଆଳିର ଶୋଭନେଶ୍ୱର ମନ୍ଦିର ନାଟମଣ୍ଡପରେ |ତାହାଥିଲା ଜୟଦେବ ଓ ମହାପ୍ରଭୁଙ୍କ ମିଳିତ ରଚିତ "ଗୀତିଗୋବିନ୍ଦର "ନାଟ୍ୟରୂପାନ୍ତର |ନିଆଳି ଗାୟାସାହିରେ ଥିଲା ନୃତ୍ୟ ତାଲିମ ଶିବିର |ରାଜସ୍ୱ ବିଭାଗ ର ନଥିରେ ଗାୟା ସାହିରେ ଦେବଦାସୀ ଡ଼ିହ ଥିବାର ସୂଚନା ଅଛି |ଛୋକାର (ନାୟକ )ବଂଶଧର ଙ୍କ ପୂର୍ବଜ ମାନେ ନୃତ୍ୟ ତାଲିମ ଶିବିରର ତତ୍ତ୍ଵା ବାଧାରକ ଥିଲେ |ନିଆଳୀରୁ ଆରମ୍ଭ ହୋଇଥିବା ଦେବଦାସୀ ନୃତ୍ୟ ପରବର୍ତ୍ତୀ ସମୟରେ, ଶ୍ରୀମନ୍ଦିରରେ ପ୍ରଚଳନ କରାଗଲା |ଶେଷ ଦେବଦାସୀ ପରସମଣୀ ଙ୍କ ମୃତ୍ୟୁ ପରେ ଏହା ବନ୍ଦ ହୋଇଯାଇଛି | ସମୟ ଆସିଛି,ନିଆଳି ମାଟିକୁ ପୁଣି ଫେରିଛି ଦେବଦାସୀ ନୃତ୍ୟ |ଗତବର୍ଷ ଠାରୁ, ପଢୁଆଁଯାତ୍ରାରେ ନିଆଳି ଅଂଚଳର ଅବିବାହିତ ଯୁବତୀ ମାନଙ୍କ ଦ୍ଵାରା ଭକ୍ତିପୂର୍ଣ୍ଣ ଓ ସମର୍ପଣ ମୁଦ୍ରାରେ ପୁରୀ ବଡଦାଣ୍ଡରେ ଦେବଦାସୀ ନୃତ୍ୟ ପରିବେଷଣ କରାଯାଉଛି |ମାଧବ ପଧାନସାହି ର ସୋନାଲି ସ୍ୱାଇଁ ଓ ଅନ୍ୟମାନଙ୍କ ଦ୍ୱାରା ଏହି ନୃତ୍ୟ ପରିବେଷଣ କରାଯାଇଥିଲା |ଚଳିତ ବର୍ଷ 12ଜଣ ଝିଅ ବଡଦାଣ୍ଡରେ ଦେବଦାସୀ ନୃତ୍ୟକରିବାପାଇଁ ପ୍ରସ୍ତୁତ ହେଲେଣି ଓ ନୃତ୍ୟାଭାସ କରୁଛନ୍ତି |ଏହା ନିଶ୍ଚିତ ଭାବେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ପାଇଁ ଓ ସମଗ୍ର ପ୍ରାଚୀକ୍ଷେତ୍ର ପାଇଁ ଗର୍ବ ଓ ଗୌରବ |
Article Image
Article Image
3