ଭୁତୁମୁଣ୍ଡାଇ, 18/11/2024, ଉତ୍କଳ voice news - utkalvoicenews.com ଜଗତସିଂହପୁର ଜିଲ୍ଲା କୁମ୍ଭାର ସମାଜର ଏକ ବୈଠକ କୁଜଙ୍ଗ ବ୍ଲକ ଭୁତୁମୁଣ୍ଡାଇ ଗ୍ରାମରେ ସୋମବାର ଅନୁଷ୍ଠିତ ହୋଇଯାଇଛି l ଆଗାମୀ କୁରାଳ ପଞ୍ଚମୀପର୍ବକୁ ଆଡମ୍ବର ସହିତ ପାଳନ କରିବା ଏବଂ କେନ୍ଦ୍ରାପଡ଼ାରେ ହେବାକୁ ଥିବା ଖଟଣି ଉତ୍ସବ ଏବଂ କୁମ୍ଭକାର ବାର୍ଷିକ ସମ୍ମିଳନୀ ସମ୍ପର୍କରେ ଆଲୋଚନା କରାଯାଇଥିଲା l ଜିଲ୍ଲା ସଭାପତି ରାମଚନ୍ଦ୍ର ମୁଦୁଲି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ଜିଲ୍ଲା ସଭାପତି ବ୍ରହ୍ମାନନ୍ଦ ରଣା, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ରତ୍ନାକର ବେହେରା, ସମ୍ପାଦକ ବିଚିତ୍ରାନନ୍ଦ ବେହେରା,ଫକୀର ଚରଣ ବେହେରା, ଜୀବନ ରଣା,କେଶବ ରଣା, ଦେବେନ୍ଦ୍ର ସେନାପତି, ମଥୁରାନନ୍ଦ ବେହେରା, ଦିବାକର ବେହେରା, ସୁମନ୍ତ ରଣା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଜଗତସିଂହପୁର ଜିଲ୍ଲର ସବୁବ୍ଲକରେ ବୈଠକ କରାଯାଇ ସଂଗଠନକୁ ସୁଦୃଢ କରିବା ସହିତ କୁରାଳ ପଞ୍ଚମୀ ଉତ୍ସବ ଏବଂ କୁମ୍ଭକାର ବାର୍ଷିକ ସମ୍ମିଳନୀକୁ ସଫଳ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା l