ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଥମ ପର୍ଯ୍ୟାୟରେ ୫୩୨୦୦ ଖଣ୍ଡ ମାଗଣା ପାଠ୍ୟପୁସ୍ତକ ବୁଗୁଡାରେ ପହଞ୍ଚିଲା

ବୁଗୁଡ଼ା, 28/01/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) : ଆସନ୍ତା ଶିକ୍ଷାବର୍ଷ ଏପ୍ରିଲ ୨ ତାରିଖରୁ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ସମଗ୍ର ଶିକ୍ଷା ଅଭିଯାନ ଯୋଜନା ମାଧ୍ୟମରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଥ‌ିବା ପାଠ୍ୟପୁସ୍ତକ ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି ।
Article Image
ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ୧୧ଟି କ୍ଲଷ୍ଟର ମଧ୍ୟରେ ରହିଥିବା ୭୨ଟି ପ୍ରାଥମିକ, ୪୦ଟି ଉଚ୍ଚ ପ୍ରାଥମିକ ଓ ୧୮ଟି ଉଚ୍ଚ ବିଦ୍ୟାଳୟ ହିସାବରେ ମୋଟ ୧୩୦ଟି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଏହି ପାଠ୍ୟପୁସ୍ତକ ଯୋଗାଇବା ପାଇଁ ଶିକ୍ଷାବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଥ‌ିବା ଲକ୍ଷ୍ୟ କରାଯାଇଛି। ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନିକଟରେ ଯେପରି ପାଠ୍ୟପୁସ୍ତକ ପହଞ୍ଚିପାରିବ ସେଥ‌ିପାଇଁ ବିଇଓ ଚିନ୍ମୟ ମହାପାତ୍ର , ଏବିଇଓ ଅମିତା କୁମାରୀ ପାଢୀ ଓ ତପସ୍ବିନୀ ସାହୁ ପ୍ରମୁଖଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ଶିକ୍ଷାବିଭାଗ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ସହ କ୍ଲଷ୍ଟର ସ୍ତରୀୟ ପୁସ୍ତକ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବୁଗୁଡା ଗୋଷ୍ଠୀ ଶିକ୍ଷାଧୂକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବୁଗୁଡା ବ୍ଳକ ଓ ଏନ୍ଏସି ଅଞ୍ଚଳରେ ଥ‌ିବା ୧୩୦ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପ୍ରାୟ ୧୩ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଥ‌ିବା ବେଳେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ବିଷୟର ୫୩୨୦୦ ଖଣ୍ଡ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି । ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ନିଅଣ୍ଟିଆ ପୁସ୍ତକ ପରବର୍ତ୍ତୀ ପର୍ଯ୍ୟାୟରେ ଯୋଗାଇ ଦିଆଯିବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି।
Article Image
1