ଏରସମା, 28/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ହଁ ଅଜ୍ଞା ସାମ୍ଭବ୍ୟ ବାତ୍ୟା ମୋନ୍ଥା କୁ ପାଣିପାଗ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ୨୮ରୁ ସଂଧ୍ୟା ରୁ ବର୍ଷା ଲାଗିବ ୨୯ତାରିଖରେ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାକୁ ଥିବାବେଳେ ଯାହାକୁ ନେଇ ଆଶାନ୍ତ ସମୁଦ୍ର ର କରାଳ ରୂପ ଶୁଶୁ ଗର୍ଜନରେ ପ୍ରକମ୍ପିତ ହେଉଛି ସମୁଦ୍ର ବିଶେଷ କରି ବାତ୍ୟା ଆସିଲେ ଉପକୂଳର୍ବୀ ଅଞ୍ଚଳ ବାସୀଙ୍କ ମନରେ ଛନକା ପଶିଥାଏ। ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଥାନ୍ତି ବିଶେଷ କରି ୧୯୯୯ ସମିହା ଅକ୍ଟୋବର ମାସ ୨୯ ତାରିଖରେ ଯେଉଁ ପ୍ରଳୟଙ୍କରୀ ମହାବାତ୍ୟା ରେ ଜଗତସିଂହପୁର ଜିଲ୍ଲା ବେଶ୍ ପ୍ରଭାବିତ ହେଇଥିବା ବେଳେ ପୁଣି ଅକ୍ଟୋବର ସାମରେ ଆଉ ଏକ ବାତ୍ୟା ଖବର ପ୍ରକାଶ ହେଇଥିବା ବେଳେ। ୧୯୯୯ ମସିହାରେ ଅକ୍ଟୋବର ୨୯ ତାରିଖରେ ଏରସମା ଅଞ୍ଚଳରେ ମହାବାତ୍ୟା ପ୍ରକୃତିର ତାଣ୍ଡବଲୀଳା ରଚିଥିଲା ଆଖି ପିଛୁଳାକେ ହଜାର ହଜାର ଲୋକ ମୃତ୍ୟୁବରଣ କରିଥିଲେ ପରିବାରର ଲୋକ ନିଜ ବନ୍ଧୁ ବାନ୍ଧବ ଆତ୍ମିୟ ସ୍ୱଜନଙ୍କୁ ହରାଇ ଆଖିରେ ଲୁହ ଲହୁ ଏକାକାର ହେଇଯାଇଥିଲା ନିରବ ପାଲଟିଯାଇଥିଲା ଏରସମା ମାଟି ।ଯାହାକୁ ନେଇ ଆଜିବି ଏରସମା ବ୍ଲକ ଅନ୍ତର୍ଗତ ଥିବା ସମୁଦ୍ରରେ ତଟବତ୍ତୀ ଅଞ୍ଚଳବାସି ବାତ୍ୟା ନା ଶୁଣିଲେ ଭୟଭୀତ ହେଇଯାଆନ୍ତି ।ଅତିତର ସେଇ ଲୋମ ଟାଙ୍କୁରା ଦୃଶ୍ୟ ସବୁ ଆଜି ବି ଲୋକମାନଙ୍କ ମନରୁ ଲିଭିନି ।ଏପଟେ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି ଯାହାକୁ ନେଇ ଏବେ ବି ମନରେ ଭୟ ଜାଗ୍ରତ ହେଉଛି ।ତେବେ ଆମେ ଆସି ଏରସମା ପଦ୍ମପୁର ପଞ୍ଚାୟତ ଶିଆଳି ବେଳାଭୂମିରେ ନିକଟରେ ପହଂଚି ସମୁଦ୍ର ଅଶାନ୍ତ ରୂପକୁ ଦେଖିବା ସହିତ ଜନବସତୀ ଆଡକୁ ମାଡି ଆସୁଛି ସମୁଦ୍ର ଯାହା ପାଇଁ ଅଞ୍ଚଳ ବାସୀ ଚିନ୍ତାରେ ରହିଥିବା ବେଳେ ଠିକ୍ ସେଇ ସମୟରେ ବାତ୍ୟା ନା ଶୁଣି ଭୟଭୀତ ଅଞ୍ଚଳ ବାସୀ ଯାହାକୁ ନେଇ ଆମେ ସ୍ଥାନୀୟ ଲୋକମାନଙ୍କ ପ୍ରତିକ୍ରିୟା ବାତ୍ୟାକୁ ନେଇ ଆସନ୍ତୁ ଶୁଣିବା