ବୁଗୁଡ଼ା, 28/10/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
ବାତ୍ୟା ମୋନ୍ଥା ର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁନୀଲ କେରକେଟା ବୁଗୁଡ଼ା ବ୍ଲକ ଅଧୀନରେ ଥିବା ଅନେକ ବନ୍ୟା ଆଶ୍ରୟ ସ୍ଥଳୀକୁ ବୁଲି ଦେଖିଛନ୍ତି।

ଏହି ସମୟରେ ସେ ଲୋକଙ୍କୁ ସୁରକ୍ଷା ଏବଂ ଉତ୍ତମ ଖାଦ୍ୟ ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କେରକେଟା ବୁଗୁଡ଼ା ବ୍ଲକର ଭାମଶିଆଳି ଓ କରସିଙ୍ଗି ପଞ୍ଚାୟତର ସମଲାଇ ଅସ୍ଥାୟୀ ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ସେ ନିଜେ ଆଶ୍ରିତ ଲୋକଙ୍କ ସହ ବସି ଖାଦ୍ୟ ଗ୍ରହଣ କରିଥିଲେ।ଚାଳ ଝୁପୁଡି ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଉତ୍ତମ ଖାଦ୍ୟ ଏବଂ ସୁରକ୍ଷା ଯୋଗାଇ ଦେବାକୁ ଶ୍ରୀ କେରକେଟା ଗୁରୁତ୍ଵାରୋପ କରିଛନ୍ତିବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଭାମଶିଆଳିରେ ୨୦ ଜଣ ଏବଂ ସମଲାଇରେ ୭୦ ଜଣ ଲୋକ ଆଶ୍ରୟ ନେଇଛନ୍ତି।ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା, ବୁଗୁଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ମିଶି ବନ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତିର ଅନୁଧ୍ୟାନ କରିଛନ୍ତି ଏବଂ ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ପଦକ୍ଷେପ ନେଇଛନ୍ତି।