ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅବସରପ୍ରାପ୍ତ ପୋଲିସ୍ ଅଧୂକାରୀ ସଂଘ ପକ୍ଷରୁ ସାଇବର୍ କ୍ରାଇମ୍ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ, 28/10/2025, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ ସହର ଅନ୍ତର୍ଗତ ଭାଗିରଥୀ ସାଗର କୂଳରେ ଥିବା ଶ୍ରୀ ଅରବିନ୍ଦ ସ୍କୁଲ୍ ପ୍ରାଙ୍ଗଣରେ ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ସଂଘ ପକ୍ଷରୁ ଏକ ସାଇବର୍ କ୍ରାଇମ୍ ପ୍ରିଭେସନ୍ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ଅକ୍ଷୟ କୁମାର ସାହୁ ଓ କାର୍ଯ୍ୟକାରୀ ସଭାପତି ଗୋବଦ୍ଧନ ସାହୁ ସାଇବର କ୍ରାଇମ୍ କେଉଁ କେଉଁ ଉପାୟରେ ହୁଏ ଓ ତା'ର ପ୍ରତିକାର ବିଷୟରେ ପିଲାମାନଙ୍କୁ ଓ ଶିକ୍ଷକ ଶିକ୍ଷୟିତ୍ରୀ ଭଲଭାବରେ ବୁଝାଇଦେଇଥିଲେ । ପିଲାମାନେ ସବୁ ଜିନିଷ ଜାଣିଲା ପରେ ତାଙ୍କୁ ଅଭିଭାବକ ଓ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ସୂଚାଇ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷକ ଧନ୍ୟବାଦ ଦେଇ ଆଲୋଚନା ପରିସମାପ୍ତି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଘର ପ୍ରାୟ ୩୦ ସଭ୍ୟ ଉପସ୍ଥିତ ଥିଲେ ।
3