ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୟସ୍କ ବୃଦ୍ଧା ଙ୍କୁ ସରପଞ୍ଚ କଲେ ସମ୍ମାନୀତ।

ତିର୍ତ୍ତୋଲ, 28/01/2025, ଉତ୍କଳ voice news - utkalvoicenews.com ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ସଭାର ଆହୋଜନ କରାଯାଇଥିଲା। ଉକ୍ତ ସଭାକୁ ପଞ୍ଚାୟତ ର ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି ପରିଚାଳନା କରୁଥିବା ବେଳେ ଏଥିରେ ମୁଖ୍ୟ ଅତିଥିଭାବେ ଝଙ୍କଡ଼ ରତ୍ନ ଗୋଲଖ ବିହାରୀ ପଲାଇ, ସମ୍ମାନିତ ଅତିଥି ଭାବେ ଶୁଭେନ୍ଦୁ ନନ୍ଦ, ପ୍ରବୋଧ ରଥ, ଜ୍ୟୋତି ରଞ୍ଜନ ମଲ୍ଲିକ,ଚିତ୍ତରଞ୍ଜନ ଦାସ,କୈଳାସ ଚନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ଗଣତନ୍ତ୍ର ଗଠନ ସମ୍ପର୍କରେ ଆଲୋଚନା କରିବା ସହିତ ଏହି ଦିବସ ଉପରେ ଆଲୋକପାତ କରାଯାଇଥିଲା। ଏହାପରେ ପଞ୍ଚାୟତ ରେ ଥିବା ବୟସ୍କ ବୁଢ଼ାବୁଢ଼ୀ ମାନଙ୍କୁ ସମ୍ବର୍ଦ୍ଧନା କରିବା ସହିତ ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ସରପଞ୍ଚ ଲୋକଲୋଚନରେ ପ୍ରକାଶ କରିଥିଲେ। ସରପଞ୍ଚ ଙ୍କ ଏଭଳି କାର୍ଯ୍ୟ ପାଇଁ ସାଧାରଣ ରେ ବେଶ୍ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷମାନେ ଉପସ୍ଥିତ ଥିଲେ।
Article Image
1