ଯାଜପୁର, 28/10/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :

ଚଣ୍ଡିଖୋଲ ସ୍ଥିତ ଉଦୀୟମାନ ସ୍ବେଚ୍ଛାସେବୀ ଅନୁଷ୍ଠାନର ୨୪ ତମ ବାର୍ଷିକ ଉତ୍ସବ ଓ ଶିଶୁ ମହୋତ୍ସବ ଉଦଯାପିତ ହୋଇ ଯାଇଛି । ଶିକ୍ଷାବିତ୍ କାହ୍ନୁଚରଣ ସାହୁଙ୍କ ପୌରୋହିତ୍ୟରେ ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମକୁ ଲୋକମଣ୍ଡଳ ସଭାପତି ଡାଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ବକ୍ତବ୍ୟ ଛଳରେ କହିଲେ ଦୀର୍ଘ ୨୪ ବର୍ଷ ଧରି ଶିଶୁ ମାନଙ୍କ ପ୍ରତିଭାକୁ ଅନ୍ବେଷଣ କରୁଥିବା ଉଦୀୟମାନର ଏହି ସାଧୁ ଉଦ୍ୟମ କୁ ଯେତେବି ପ୍ରଶଂସା କଲେ କମ୍ ହେବ ମୁଖ୍ୟବକ୍ତା ଉପ ଆରକ୍ଷୀ ଅଧିକ୍ଷକ ଶରତ ଚନ୍ଦ୍ର ପାତ୍ର କହିଲେ ଶିଶୁ ହସିଲେ ଦୁନିଆ ହସେ ବୋଲି ମତ ରଖିଥିଲେ ସମ୍ମାନିତ ଅତିଥି ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାଶ କହିଲେ ଶିଶୁ ମାନେ ହେଉଛନ୍ତି ଦେଶର ଭବିଷ୍ୟତ ସେମାନଙ୍କ ଚିନ୍ତା ଓ ଚେତନାକୁ ଉଦ୍ରେକ କରିବା ହେଉଛି ପ୍ରତ୍ୟେକ ନାଗରିକ ମାନଙ୍କର ପ୍ରଧାନ କାର୍ଯ । ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା
ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ଦିତୀୟ ଅଧିବେଶନ ସଭାରେ ପୁରସ୍କାର ପ୍ରଦାନ କରିଥିଲେ , ଏଥିରେ ଚଣ୍ଡିଖୋଲ ଡିୟୁ ପବ୍ଲିକ ସ୍କୁଲ ରୁ ଛାତ୍ରୀ ସାଇ ଦୀବ୍ୟାସିଂ ଶତପଥୀ ସବୁ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଶ୍ରେଷ୍ଠ ପ୍ରତିଯୋଗୀ ଭାବରେ ଚମ୍ପିୟାନ ଟ୍ରଫି ଅତିଥି ମାନଙ୍କ ଠାରୁ ପାଇଥିଲେ ।ଅନୁଷ୍ଠାନର ସଭାପତି ଅବିନାଶ ଜେନାଙ୍କ ସଭାପତିତ୍ବରେ ଉଦଯାପନୀ ସଭାରେ ବଡ଼ଚଣା ର ମାନ୍ୟବର ବିଧାୟକ ଅମର କୁମାର ନାୟକ ଯୋଗ ଦେଇ ଅନୁଷ୍ଠାନର ମୁଖପତ୍ର ଆଶା ପତ୍ରିକାକୁ ଲୋକାର୍ପଣ କରି କହିଲେ ଉଦୀୟମାନର ଏତାଦୃଶ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିବା ସହିତ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି ପ୍ରଭୁ ମହା ବିନାୟକଙ୍କଠାରେ କାମନା କରିଥିଲେ । ମୁଖ୍ୟ ବକ୍ତା ବରିଷ୍ଠ ସ୍ତମ୍ଭକାର ପ୍ରଦ୍ୟୁମ୍ନ ଶତପଥୀ କହିଲେ ସେବା, ତ୍ୟାଗ ତିତିକ୍ଷାର ପ୍ରତୀକ ହେବା ଏକ ସହଜ କଥା ନୁହେଁ ଏହି ଅନୁଷ୍ଠାନର ୨୪ ବର୍ଷର ସଂଗ୍ରାମକୁ ମୁଁ ପ୍ରଣିପାତ କରୁଛି । ସମ୍ମାନୀତ ବକ୍ତା ଯାଜପୁର ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାନେତ୍ରୀ ଦେବଜାନୀ ପ୍ରଧାନ ଓ ପ୍ରାକ୍ତନ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାଃ ବିଜୟ ଶତପଥି କହିଲେ ଏହି ଅନୁଷ୍ଠାନଟି ଆଉ ଜିଲ୍ଲା ଭିତରେ ସିମୀତ ହୋଇ ନାହିଁ ଏହା ବିଭିନ୍ନ ଜିଲ୍ଲାରେ ନିଜର ପ୍ରସିଦ୍ଧି ଲାଭ କରିବାରେ ଅଗ୍ରଣୀ ଭୂମିକା ନିଭାଇ ପାରିଛି ବୋଲି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ୨୪ ଜଣ ଭିନ୍ନଭିନ୍ନ କ୍ଷେତ୍ରରେ ଅବଦାନ ବରିଷ୍ଠ ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସଂପାଦକ କାର୍ତ୍ତିକ ଚନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
