ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀଜଗନ୍ନାଥଙ୍କ ପଢୁଆଁ ଓ ମାମୁଁଘର ବାର୍ତ୍ତା ସାରା ବିଶ୍ୱରେ ପହଞ୍ଚାଇ ଥିବା ପ୍ରମୁଖ ଉପାଦାନ ରେ ନ୍ୟାୟବ୍ରତ ଓ ଯୋଗୀ |

ଜଗତସିଂହପୁର, 28/10/2025, ଉତ୍କଳ voice news - utkalvoicenews.com ( ସରୋଜ ନାୟକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁରପୁର, ସାମ୍ବାଦିକ ମାନଙ୍କ ଦ୍ୱାରା ଗଠିତ "ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ" ଦ୍ୱାରା ପ୍ରସ୍ତାବିତ ଓ ମାଧବନାନ୍ଦଜୀଉବିକାଶ ପରିଷଦ ଦ୍ୱାରା ସମ୍ପାଦିତ ପଢୁଆଁଅଷ୍ଟମୀ କାର୍ଯ୍ୟକ୍ରମ ଗତ ଛଅ ବର୍ଷହେଲାଣି ଅନୁଷ୍ଠିତ ହେଉଛି |ଏହା ଅତ୍ୟନ୍ତ ପ୍ରଭାବି ଢଙ୍ଗରେ କରାଯାଉଛି |ମହାପ୍ରଭୁଙ୍କ ରଥଯାତ୍ରାପରେ, "ପଢୁଆଁ ଯାତ୍ରା 2ୟ ବଡ ଯାତ୍ରା ଭାବରେ, ପୁରୀ ବଡଦଣ୍ଡ ରେ ଅନୁଷ୍ଠିତ ହେଉଛି,,|ସାରା ବିଶ୍ୱରେ ବାସବାସ କରୁଥିବା ଜଗନ୍ନାଥ ପ୍ରେମୀ, ନେତା, ମନ୍ତ୍ରୀ, ସାଧୁ, ସନ୍ଥ, ଶାସକପ୍ରଶାସକ, ଗଣମାଧ୍ୟ୍ୟମ ମାନେ, ନିଆଳିମାଧବର -ମାଧବନାନ୍ଦଜୀଉ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାମୁଁଘର ବୋଲି ସ୍ୱୀକାର କଲେଣି | ଛଅବର୍ଷ ପୂର୍ବରୁ କେହି ବଡ଼ପାଟିରେ କହୁ ନ ଥିଲେ କି ଲେଖୁନଥିଲେ |ପଡୁଆଁଯାତ୍ରା ର ସଫଳତା ର କାରକମାନଙ୍କ ମଧ୍ୟରୁ ନ୍ୟାୟବ୍ରତ, ଓ ଯୋଗୀଦୁଇଟି ପ୍ରମୁଖ ଚେହେରା |
Article Image
ନ୍ୟାୟବ୍ରତ ଙ୍କ ଦୀର୍ଘ 12ଘଣ୍ଟା ଅବିଶ୍ରାନ୍ତ ଉପସ୍ଥାପନା ଓ ମରମୀ ଶବ୍ଦ ସଂଯୋଜନା, ଜଗନ୍ନାଥପ୍ରେମୀ ଙ୍କ ମାନସିକତାରେ ଗଭୀର ପ୍ରଭାବ ପକାଇଛି |ବଡଦାଣ୍ଡରେ ମାମୁଁ ଘର ଆରିସାପିଠା ବଣ୍ଟା, ପୁଣି ଏକଲକ୍ଷ୍ୟ, କେବଳ ସମ୍ଭବ ହୋଇଛି ଯୋଗେନ୍ଦ୍ର ଦାସ ଙ୍କ ଯୋଗୁ |ଏହା ନିଶ୍ଚିତ ଭାବରେ ନିଆଳି ଆଂଚଳ ପାଇଁ ଗର୍ବ |
37