ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦୁର୍ନୀତି ନିବାରଣ ସତର୍କତା କାର୍ଯ୍ୟକ୍ରମ ଆୟୋଜିତ

ଜଗତସିଂହପୁର, 28/10/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର,,ତା ୩୦.୧୦.୨୦୨୪: ତା ୨୭.୧୦.୨୦୨୪ରିଖ ଠାରୁ ୦୨.୧୧.୨୦୨୪ରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜଗତସିଂହପୁର ଜିଲ୍ଲା ର ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟଳୟ ଦୁର୍ନୀତି ନିବାରଣ ସତର୍କତା ସଭା ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ମଲ୍ଲିକ ଉପସ୍ଥିତ ସମସ୍ତଙ୍କୁ ନିଜ ଆଚରଣ ରେ ସାଧୁତା, ସଚ୍ଚୋଟତା ଆଣିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହ ଉପସ୍ଥିତ ସମସ୍ତେ ଆଭାସି ମାଧ୍ୟମ ରେ ଯୋଡ଼ିହୋଇ ମୁଖ୍ୟମନ୍ତ୍ରୀ ଙ୍କ ରାଜ୍ୟ ସ୍ତରୀୟ ସାଧୁତା ର ଶପଥ ପାଠ ରେ ଯୋଡିହୋଇ ଶପଥ ପାଠ କରିଥିଲେ। ଏହି ସଭାରେ ଦୁର୍ନୀତି ନିବାରଣ ବିଭାଗର ଇନ୍ସପେକ୍ଟର ସିଦ୍ଧାର୍ଥ କୁମାର ରାଉତ, ଏ ବି ଡି ଓ ସତ୍ୟଜିତ ସ୍ୱାଇଁ, ବ୍ଲକ୍ ଫାଇନାନ୍ସ ଅଫିସର ନାରାୟଣ ଦାସ, ପ୍ରମୁଖ ଉପସ୍ଥିତ ରହି ଦୁର୍ନୀତି ନିବାରଣ ବିଷୟ ରେ ସତର୍କତା ବାର୍ତ୍ତା ଦେଇଥିଲେ। ଆୟୋଜିତ ଏହି ସଭାରେ ବ୍ଲକ୍ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
Article Image
20