ତିର୍ତ୍ତୋଲ ବ୍ଲକ / କନିମୂଳ, 28/10/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ବାୟା ଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ମଣ୍ଡଳ ଶିକ୍ଷା ଅଧିକାରୀ ମନୋଜ କୁମାର ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ସ୍ଥାନୀୟ ଆଞ୍ଚଳିକ ସାଧନା କେନ୍ଦ୍ରର ସଂଯୋଜକ ପ୍ରଣବ କୁମାର ସାହୁଙ୍କ ପ୍ରତଖ୍ୟା ତତ୍ତ୍ୱାବଧାନରେ ରେ ଆୟୋଜକ ଉତ୍ସବରେ ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ଦାସ ସଭାପତିତ୍ୱ କରିଥିଲେ ଶିକ୍ଷକ ବିଶ୍ୱ ନାଥ ଷଡ଼ଙ୍ଗୀ ସଭା ପରିଚାଳନା କରିଥିବାବେଳେ ଆଲୋକ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟ କ୍ରମରେ ତିର୍ତୋଲ ମଣ୍ଡଳ ଅଧିନସ୍ତ ସମସ୍ତ ସାଧନା କେନ୍ଦ୍ର ର କୃତି ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତା ଯଥା ବିତର୍କ ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ, କୁଇଜ, ବକୃତା ସଂଗୀତ,ଓଡ଼ିଆ ହସ୍ତାକ୍ଷର, ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ଆଞ୍ଚଳିକ ସାଧନା କେନ୍ଦ୍ର ର ସଂଯୋଜକ ଜୋତି ରଞ୍ଜନ ମହାନ୍ତି, ରାଜେଶ କୁମାର ଖଟୁଆ, ଶ୍ୱେତପଦ୍ମା ଖୁଣ୍ଟିଆ, ସ୍ମୃତି ରଞ୍ଜନ ନାୟକ, ପ୍ରଦିପ କୁମାର ରଥ, ସୁଶାନ୍ତ କୁମାର ବେହେରା, ସଞ୍ଜୟ କୁମାର ବାରିକ,ମୋହନ ଟୁଡୁ,ସୁସାନ୍ତ ବେହେରା,ଶଶାଙ୍କ ଶେଖର ସ୍ବାଇଁ,ରସ୍ମରଞନ ନାୟକ,ଆନିସ ଖାନ୍,ପ୍ରଶାନ୍ତ କୁମାର ମହାନ୍ତି, ଦେବାଶିଷ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଉଦଯାପନ ସଭାରେ ବରିଷ୍ଟ ଶିକ୍ଷକ ବାବୁନି ସ୍ୱାଇଁ ଓ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ ।ଏହି ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଭାଗନେବେ।ସଭା ପରିଶେଷରେ ଚିତ୍ତରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
