ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ବର୍ଗତ ନିରଞ୍ଜନ ପଣ୍ଡା ଙ୍କ ଦ୍ଵାଦଶ ଦିବସ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଓ ସ୍ମୃତି ସଭା।

ଏରସମା, 29/10/2025, ଉତ୍କଳ voice news - utkalvoicenews.com*( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :*
Article Image
ଆବିର୍ଭାବ :- ୧୦/୧୦/୧୯୪୯
Article Image
ତିରୋଧାନ :-୧୮/୧୦/୨୦୨୫ କୋଠୀ ନିମୋଳ ଜଗନ୍ନାଥ ମନ୍ଦିର ର ମୁଖ୍ୟ ଉଦ୍ୟଗି ତଥା ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୃଷ୍ଣଚନ୍ଦ୍ରପୁର ପଂଚାୟତ ର ନିମୋଳ ଗ୍ରାମର ସ୍ବର୍ଗତ ନିରଞ୍ଜନ ପଣ୍ଡା ଙ୍କ ଦ୍ଵାଦଶ ଦିବସ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ଅନୁଷ୍ଠିତ ହୋଇଅଛି। କୋଠୀ ନିମୋଳ ବଜାର କମିଟି ତତ୍ଵାବଧାନରେ ଉକ୍ତ ସ୍ମୃତି ସଭାଟି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।ସଭାରେ ମାନି ଗୁଣୀ ମୂରବୀ ମାନଙ୍କ ସହିତ ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚା ରାଜ୍ୟ ସଂଯୋଜିକା ଜୟଲକ୍ଷ୍ମୀ ମହାନ୍ତି ,ଜିଲ୍ଲା କୃଷକ ମୋର୍ଚା ସଭାପତି ତପନ କୁମାର ବେହେରା, ଜିଲ୍ଲା କୋଷାଧ୍ୟକ ନିଲିପ୍ତ ଜେନା, ସାଂସଦ ପ୍ରତିନିଧି ଏରସମା ଜଟାଧାରୀ ସ୍ଵାଇଁ,ମଣ୍ଡଳ ସଭାପତି ଏରସମା ଅମରେନ୍ଦ୍ର ଦଳେଇ,ପୂର୍ବତନ ସରପଂଚ (ଜପା) ତଥା ଭାରତୀୟ ଜନତା ପାର୍ଟିର ପ୍ରମୁଖ କାର୍ଯ୍ଯକର୍ତ୍ତା ଏରସମା ମଣ୍ଡଳ ତପନ କୁମାର ଗଚ୍ଛାୟତ୍, ଯୁବ ସଂଗଠକ ଏରସମା-ମାନସ କୁମାର ସ୍ଵାଇଁ, ହେମନ୍ତ କୁମାର ରାଉତ(ମଣ୍ଡଳ ସମ୍ପାଦକ,K C Pur), ଶ୍ରୀପଦ ସ୍ଵାଇଁ (ପୂର୍ବତନ ପଞ୍ଚାଯତ ପ୍ରମୁଖ) ଉପସ୍ଥିତି ରହି ସ୍ବର୍ଗତ ପଣ୍ଡାଙ୍କ ଫଟୋ ରେ ପୁଷ୍ପମାଲ୍ୟା ଦେବା ସହିତ ତାଙ୍କର ଅମର ଆତ୍ମା ର ସଦ୍ଗତି ନିମନ୍ତେ ଅଶ୍ରୁଳଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବର୍ଗତ ପଣ୍ଡା ଜଣେ ସଚ୍ଚୋଟ,ନିଷ୍ଠାବାଦୀ,କର୍ତବ୍ୟ ପରାୟଣ ବ୍ୟକ୍ତି ଥିଲେ। ଏତଦ୍ ବ୍ୟତୀତ ସେ ଉକ୍ତ ଅଂଚଳର ଜଣେ ଭଲ electric mechanic ଥିଲେ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।
8