ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିକ୍ଷକ ନେତାଙ୍କ ପାଇଁ ଓଷ୍ଟାର ସ୍ମୃତିଚାରଣ ସଭା

ଢେଙ୍କାନାଳ, 29/10/2025, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ଓ ଢେଙ୍କାନାଳର ଶିକ୍ଷକ ଭବନ ଠାର ବିଶିଷ୍ଟ ଶିକ୍ଷକ ନେତା ଜମ୍ବେଶ୍ବର ପୃଷ୍ଟିଙ୍କର ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା ଜିଲ୍ଲା ସଭାପତି ଶ୍ରୀରାମ ରାଉତ ସଭା ପରିଚାଳନା କରିଥିଲେ । ରାଜ୍ୟ ଓଷ୍ଟା ସଂଘର ପ୍ରାକ୍ତନ ବର୍ଷିୟାନ୍ ଶିକ୍ଷକ ନେତା ତଥା ରାଜ୍ୟ ସାଧାରଣ ସଂପାଦକ ବିବେକାନନ୍ଦ ଦାସ୍, ପ୍ରାକ୍ତନ ଶିକ୍ଷା ପ୍ରଦୀପ ସଂପାଦକ ପ୍ରଫୁଲ୍ଲ କୁମାର ସାହୁ, ଉପସଭାପତି ପ୍ରମୋଦ କୁମାର ସାଇଁ ୧୯୬୮ ମସିହାରୁ ୧୯୯୨ ମସିହା ପର୍ଯ୍ୟନ୍ତ ସର୍ଗତଃ ପୃଷ୍ଟିଙ୍କର ନେତୃତ୍ବ ଜୀବନୀର ସ୍ମୃତିଚାରଣ କରିଥିଲେ । ତାଙ୍କର ବାଲ୍ୟବନ୍ଧୁ ତଥା ସ‌ହପାଠୀ ସଚ୍ଚିଦାନନ୍ଦ ମହାରଣା ତାଙ୍କୁ ମନେପକାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜିଲ୍ଲାର ବର୍ଷିୟାନ୍ ଶିକ୍ଷକ ନେତା ବୀପ୍ରବର ସାହୁ, ପୂର୍ବତନ ଜିଲ୍ଲା ସଂପାଦକ ଦୁର୍ଗାଚରଣ ମହାପାତ୍ର, ସରୋଜକାନ୍ତ ଦାସ୍, ପ୍ରମୋଦ କୁମାର ମିଶ୍ର, ଲୋକନାଥ ଷଡଙ୍ଗୀ, ପୂର୍ବତନ ଜିଲ୍ଲା ଓଷ୍ଟା ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ଧଳ, ପିତାମ୍ବର ଦାଶ୍, ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ଜିଲ୍ଲା ଓଷ୍ଟା ସଂପାଦକ ବିଭୁତି ସାମଲଙ୍କ ସମେତ ଜିଲ୍ଲା ସଂପାଦକ ଶଶୀକାନ୍ତ ଦାସ, ସଦର ବ୍ଲକ୍ ସଭାପତି ସତ୍ୟବ୍ରତ ପାତ୍ର, କାମାକ୍ଷାନଗର ବ୍ଲକ୍ ସଂପାଦକ ଗଜେନ୍ଦ୍ର ନାୟକ, ହିନ୍ଦୋଳ ବ୍ଲକ୍ ସଂପାଦକ ପ୍ରଭାସ ଘଡେଇ ଏବଂ ଅଶୋକ କୁମାର ଦାଶ ପ୍ରମୁଖ ସ୍ମୃତିଚାରଣ ସଭାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସଂପାଦକ ଧନ୍ୟବାଦ ପ୍ରଦାନ କରିଥିଲେ ।
Article Image
15