ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

ବୁଗୁଡ଼ା, 29/10/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ଏନଏସିର ଓ୍ବାର୍ଡ ନଂ-୨ ଅନ୍ତର୍ଗତ ଅରବିନ୍ଦ ନଗର-୩ରୁ କେନାଲ ସାହିକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବହୁ ବର୍ଷ ତଳେ ତିଆରି ହୋଇଥିବା କଂକ୍ରିଟ ରାସ୍ତାଟି ଭାଙ୍ଗିଯାଇ ତାହା ଉପରେ ମାଟି ଜମାଟ ବାନ୍ଧି ଥିବାରୁ ସାମାନ୍ୟ ବର୍ଷାରେ ସେହି ଖାଲଖମା ରାସ୍ତାଟି କାଦରେ ପଚପଚ ହୋଇଯାଉଛି। ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ସେହି ରାସ୍ତା ଦେଇ କେନାଲ ସାହି ଏବଂ ଅନ୍ୟ ସାହିର ଲୋକେ ଯାତାୟତ କଲାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏଣୁ, ଏନ୍ଏସି କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ଯବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।
Article Image
14