ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ – ୨୦୨୫ ଅନୁଷ୍ଠିତ

ଢେଙ୍କାନାଳ, 30/10/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
୩୦ ଅକ୍ଟୋବର ୨୦୨୫ – ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ (୨୭ ଅକ୍ଟୋବର ରୁ ୨ ନଭେମ୍ବର ପର୍ଯ୍ୟନ୍ତ) ଅବସରରେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ଆଲୋଚନା ସଭା ଆୟୋଜିତ ହୋଇଥିଲା। ସଭାର ଉଦ୍ଦେଶ୍ୟ ଥିଲା ସରକାରୀ କର୍ମଚାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ସ୍ୱଚ୍ଛତା, ନିଷ୍ଠା ଓ ଦାୟିତ୍ୱପୂର୍ଣ୍ଣ ପ୍ରଶାସନ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା।
Article Image
ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ। ତାଙ୍କ ସମ୍ବୋଧନରେ ସେ କହିଥିଲେ ଯେ, ଦୁର୍ନୀତି ହେଉଛି ସମାଜ ଓ ପ୍ରଶାସନର ଉନ୍ନତିରେ ବଡ଼ ବାଧା। ଆମ ସମସ୍ତଙ୍କ ଦାୟିତ୍ୱ ହେଉଛି ସ୍ୱଚ୍ଛ ଓ ଦାୟୀତ୍ୱପୂର୍ଣ୍ଣ ପ୍ରଶାସନ ଗଢ଼ି ତୋଳିବା। ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର। ସେ କହିଥିଲେ ଯେ ଦୁର୍ନୀତି ବିରୋଧୀ ଲଢ଼େଇ କେବଳ ସରକାରୀ ଅଧିକାରୀଙ୍କ ଦାୟିତ୍ୱ ନୁହେଁ, ସମସ୍ତ ନାଗରିକଙ୍କ ଯୋଗଦାନ ଆବଶ୍ୟକ। ସେ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ନିବେଶ ପାଇଁ ନାଗରିକମାନଙ୍କୁ ସଚେତନ ହେବା ଓ ସାହସିକ ଭାବେ ଅଗ୍ରସର ହେବାକୁ ଅନୁରୋଧ କରିଥିଲେ ।
Article Image
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠି ମଧ୍ୟ ସଭାରେ ଉପସ୍ଥିତ ହୋଇ ଦୁର୍ନୀତି ମୁକ୍ତ ପ୍ରଶାସନ ଗଢ଼ି ତୋଳିବା ପାଇଁ ସହଯୋଗ ଓ ସମନ୍ୱୟର ଆବଶ୍ୟକତା ଉଲ୍ଲେଖ କରିଥିଲେ l ସଭା ଶେଷରେ ଦୁର୍ନୀତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅନସୂୟା ସେନାପତି ଧନ୍ୟବାଦ ଜଣାଇଥିଲେ। ସେ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସଭା ସଫଳ କରିବା ପାଇଁ ଧନ୍ୟବାଦ ଜଣାଇଲେ। ଏହି ଅବସରରେ ଦୁର୍ନୀତି ବିରୋଧୀ ସଚେତନତା ଅଭିଯାନର ପ୍ରରିପ୍ରେକ୍ଷୀରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ଓ ସମ୍ମାନିତ ଅତିଥିମାନେ ପୁରସ୍କୃତ କରିଥିଲେ। ସଭାରେ ଜିଲ୍ଲାପାଳ ଙ୍କ ନେତୃତ୍ୱରେ ସମସ୍ତ ଅଂଶଗ୍ରହଣକାରୀ “ଦୁର୍ନୀତି ମୁକ୍ତ ଭାରତ” ଗଢ଼ିବା ପାଇଁ ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମର ପରିଚାଳନା ଶ୍ରୀ ସତ୍ୟ ନାରାୟଣ କର କରିଥିଲେ l
6