ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାହାମାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ରାହାମା/କୁଜଙ୍ଗ, 30/10/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲାର ପ୍ରମୁଖ ବାଣିଜିକ କେନ୍ଦ୍ର ରାହାମା ଠାରେ ତିର୍ତ୍ତୋଲ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହି ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ କୁ ଆଇନଜୀବୀ ଡ଼କ୍ଟର ସୁନାକର ବେହେରା ସଂଯୋଜନା କରିବା ସହିତ ପରିଚାଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ୟୁନିକ୍ ସାଇନ୍ସ ଏକାଡେମୀ ଓ ଆଇଟିସିଟି କୋଚିଂ ସେଣ୍ଟର ର ଛାତ୍ରଛାତ୍ରୀ, ରାହାମା ଅଞ୍ଚଳର ଜନସାଧାରଣ,ବୁଦ୍ଧିଜୀବୀ,ବ୍ୟବସାୟୀ,ସାମ୍ବାଦିକ ମାନେ ଯୋଗଦେଇ ଥିଲେ। ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚିନ୍ମୟ ରାଉତ ଯୋଗଦେଇ କିପରି ସାଇବର ଠକେଇରୁ ନିଜକୁ ଓ ନିଜ ପରିବାରକୁ ରକ୍ଷା କରିପାରିବା ସେ ବିଷୟରେ ସଚେତନ କରାଇଥିଲେ। ତିର୍ତ୍ତୋଲ ଥାନାର ଆରକ୍ଷୀ ନିରୀକ୍ଷକ ପ୍ରଦୀପ୍ତ କୁମାର ସେଠି,ସହ ନିରୀକ୍ଷକ ବିଭୁତି ଭୂଷଣ ବିଶ୍ୱାଳ ଓ ତିର୍ତୋଲ ଥାନାର ପୋଲିସ ଅଧିକାରୀ ମାନଙ୍କ ଉପସ୍ଥିତରେ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରୁ ଆସିଥିବା କଳାକାର ଭାଇ ଭଉଣୀ ମାନେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରି ସଚେତନତ କରିଥିଲେ। ସାଇବର ଠକ ମାନେ କିପରି ଆମ ବ୍ୟାଙ୍କ ଜମା ଖାତାରୁ ଟଙ୍କା ନେଇ ଯାଉ ଛନ୍ତି ଏବଂ ସାଇବର ଠକେଇ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଜନସାଧାରଣ ମାନଙ୍କ ଅସାବଧାନତା ଯୋଗୁ ସାଇବର ଠକ ବ୍ୟାଙ୍କ ଜମା ଖାତାରୁ ଜମାଟଙ୍କା ଲୁଟି ନେଉଅଛନ୍ତି। ଏଣୁ ସମସ୍ତେ ସଚେତନ ତା ହେବା ସହ ଅନ୍ୟକୁ ସଚେତନତା କରାଇ ପାରିଲେ ସାଇବର ଅପରାଧ କୁ ରୋକିପରିବା ଏହା ସହ ଠକାମୀର ଶିକାର ହେଲେ 1930 ନମ୍ବର କୁ ଯୋଗାଯୋଗ କରି ସାଇବର ଠକଙ୍କୁ ଓଟିପି ନମ୍ବର ନଦେବା ଓ ଏପିକେ ଫାଇଲ ନଖୋଲିବାକୁ ଅଭିନୟ ଦ୍ୱାରା ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଜାର କମିଟି ରାହାମା ର ସଭାପତି ଶିଶିର କୁମାର ଦାସ,ଅବସର ପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ସାହୁ,ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିଶ୍ୱନାଥ ମହାନ୍ତି,ବଜାର କମିଟି କୋଷାଧ୍ୟକ୍ଷ ବଇଁଶୀଧର କୁଣ୍ଡୁ,ବରିଷ୍ଠ ନାଗରିକ ଭିକାରି ଚରଣ ସେନାପତି,ଯୁବ ସଂଗଠକ ପ୍ରସନ୍ନ କୁମାର ସ୍ୱାଇଁ,ସୁଲେଖ ବେହେରା,ପ୍ରଦୀପ୍ତ କୁମାର ସାହୁ,ୟୁନିକ ସାଇନ୍ସ ଏକାଡେମୀ ପ୍ରତିଷ୍ଠାତା ନଳିନୀ କାନ୍ତ ବରାଳ, ଆଇଟି ସିଟି କୋଚିଂର ପ୍ରତିଷ୍ଠାତା ରାକେଶ କୁମାର ବାରିକ ଇତ୍ୟାଦି ଉପସ୍ଥିତ ଥିଲେ। ଶେଷରେ ସମାଜସେବି ଡ଼ଃ ବେହେରା ସମସ୍ତିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
Article Image
Article Image
Article Image
Article Image
9