ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଡ଼ିଶା ସାମ୍ୱାଦିକ ସଙ୍ଘ ଜଗତସିଂହପୁର ଜିଲ୍ଲାଶାଖା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ।

ତିର୍ତ୍ତୋଲ, 31/10/2025, ଉତ୍କଳ voice news - utkalvoicenews.comତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ଝଙ୍କଡ଼ ପୀଠ ମା"ଶାରଳା ମନ୍ଦିର ପ୍ରାଗଣରେ ଓଡ଼ିଶା ସାମ୍ୱାଦିକ ସଙ୍ଘ ଜଗତସିଂହପୁର ଜିଲ୍ଲାଶାଖା ପକ୍ଷରୁ ଏକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ଓଜେୟୁ ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜ,ସଂମ୍ମାନିତ ଅତିଥିଭାବେ ରାଜ୍ୟ ଉପ ସଭାପତି ଦ୍ଵିପକ କୁମାର ନାୟକ, ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା,ଭୁବନେଶ୍ୱର ସଭାପତି ଅଶୋକ କୁମାର ସାହୁ ଯୋଗଦେଇଥିଲେ। ଜିଲ୍ଲା ସମ୍ପାଦକ ସରୋଜ କୁମାର ସାହୁ ସଭା ସଂଚାଳନ କରିବା ସହିତ ଜିଲ୍ଲା ସଭାପତି ଡ଼କ୍ଟର ସୁନାକର ବେହେରା ସଭାପତିତ୍ୱ କରିଥିଲେ। ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ ପାରାଦ୍ଵୀପ ଶାଖାର ସଭାପତି କର୍ମେଶ୍ୱର ସ୍ବାଇଁ,ଅଜିତ କୁମାର ଦାସ,ରାଜ୍ୟ ସଦସ୍ୟ ସୁରେନ୍ଦ୍ର ବିଶ୍ୱାଳ ଓ ଜଗତସିଂହପୁର ଜିଲ୍ଲା ଓଜେୟୁ ସଙ୍ଘର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। ଆଜିର ଏହି କାର୍ଯ୍ୟ କାରିଣୀ ବୈଠକରେ ଡ଼ଃ ବେହେରା ନିଜର ବ୍ୟକ୍ତିଗତ କାର୍ଯ୍ୟବ୍ୟସ୍ତ କାରଣ ଦର୍ଶାଇ ନିଜର ସଭାପତି ଦାୟିତ୍ୱରୁ ଅବସରନେବା ସହିତ ଜିଲ୍ଲା ସଂଗଠନକୁ ନୂତନ ଭାବେ ଗଠନ କରିବାକୁ ରାଜ୍ୟ ସଭାପତିଙ୍କୁ ଅନୁରୋଧ କରିଥିଲେ ଏବଂ ଜିଲ୍ଲା ର ସମସ୍ତ ସଭ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ସର୍ବସମ୍ମତି କ୍ରମେ ଉପସ୍ଥିତ ସଦସ୍ୟମାନେ ନିଜର ମନୋନୀତ କର୍ମକର୍ତ୍ତା ମାନଙ୍କ ନାମ ପ୍ରସ୍ତବ ଦେବା ଏବଂ ଏହାକୁ ରାଜ୍ୟ ସଭାପତି ଗୃହିତ କରିଥିଲେ। ନୂତନ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଅକ୍ଷୟ କୁମାର ମହାନ୍ତି,ଜିଲ୍ଲା ଉପ ସଭାପତି ମାନସ ରଞ୍ଜନ ମହାନ୍ତି,ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଞ୍ଜନ ଖୁଣ୍ଟିଆ, ଜିଲ୍ଲା ସମ୍ପାଦକ ସରୋଜ କୁମାର ସାହୁ,ସଂଗଠନ ସମ୍ପାଦକ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଓ ବିପିନ୍ କୁମାର ସେଠୀ,ସହ ସମ୍ପାଦକ ବିଚିତ୍ରା ନନ୍ଦ ପ୍ରଦାନ, ଗୟାଧର ମହାରଣା,କୋଷାଧକ୍ଷ ଶ୍ରୀକାନ୍ତ ଦାସ, ମୁଖ୍ୟ ସଂଯୋଜକ ଭାବେ ଗିରିଜା ପ୍ରସାଦ ମହାନ୍ତି ସହ ସଂଯୋକ ସନ୍ତୋଷ ବେହେରା ଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ଏଥି ସହିତ ଜଗତସିଂହପୁର ଜିଲ୍ଲାର ୮ ଟି ବ୍ଲକର ବ୍ଲକ ସଭାପତି ଓ କର୍ମକର୍ତ୍ତା ମାନଙ୍କୁ ରାଜ୍ୟ ସଭାପତି ଓ ସମ୍ପାଦକଙ୍କ ଦ୍ବାରା ଚୟନ କରାଗଲା । ଶେଷରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରହରାଜ ଘୋଷଣା କରିଥିଲେ ଡ଼କ୍ଟର ସୁନାକର ବେହେରାଙ୍କୁ ରାଜ୍ୟ ସଂଗଠରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ଖୁବ ଶୀଘ୍ର ପ୍ରଦାନ କରାଯିବା ନେଇ ସଭାକୁ ଅବଗତ କରାଇଥିଲେ।ସର୍ବଶେଷରେ ଡ଼ଃ ସୁନାକର ବେହେରା ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
Article Image
Article Image
5