ପାରାଦୀପ ଗଡ, 31/10/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା, ପାରାଦୀପ ଲକ୍ ର "ଆମ ପୋଲିସ ସମିତି" ଆନୁକୁଲ୍ୟରେ ସାଇବର ସୁରକ୍ଷା ଅଭିଯାନ -୨୦୨୫ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଦୈନଦିନ ଜୀବନରେ ଘଟୁଥିବା ବିଭିନ୍ନ ପ୍ରକାର ସାଇବର ଅପରାଧ ସଙ୍ଘଟିତ ହେଉଛି l ସାଇବର ଠକ୍ ମନେ ନୂଆ ନୂଆ ପଦ୍ଧତି ଆପଣାଉଛନ୍ତି l

ମିଥ୍ୟା ପ୍ରତିଶୃତି ଦେଇ ଓଟିପି ନେବା ପରେ ବ୍ୟାଙ୍କ୍ ଆକାଉଣ୍ଟ୍ ରୁ ଟଙ୍କା ଉଭାନ ହୋଇଯାଉଛି l ଡିଜିଟାଲ ଆରେଷ୍ଟ କଥା କହି ଜନସାଧାରଣ ଙ୍କୁ ଭୟଭୀତ କରି ଧମକ ଦେଇ ଲୁଟୁଛନ୍ତି l ଅନ୍ୟ ପକ୍ଷରେ ଫେସ୍ ବୁକ୍, ଇଷ୍ଟାଗ୍ରାମ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସେକ୍ସୁଆଲ ଅପରାଧ ବଢି ଚାଲିଛି l ଛାତ୍ର, ଛାତ୍ରୀ ମାନେ ମୋବାଇଲ ରେ ଖେଳ ଖେଳି ଟଙ୍କା ହାରିବା ପରେ ଆତ୍ମହତ୍ୟା କରୁଛନ୍ତି l ଏଥିପାଇଁ ପଥପ୍ରାନ୍ତ ଓ ଶିକ୍ଷାନୁଷ୍ଠାନ ରେ ଏକକ ନୃତ୍ୟ ମଧ୍ୟମ ରେ ସଚେତନ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ଦାଶ ସୂଚନା ଦେଇଥିଲେ l ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ସାଇବର ଅପରାଧ ରୁ କିପରି ରକ୍ଷା ପାଇବେ ଏ ସମ୍ପର୍କରେ ସଚେତନ କରିଥିଲେ l ଅତିରିକ୍ତ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ ଓଝା ଫେକ୍ କଲ ଠାରୁ ଦୂରରେ ରହିବାକୁ ସଚେତନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଏସ୍.ଆଇ. ଶ୍ରୀକାନ୍ତ ସାହୁ, ଏ.ଏସ. ଆଇ, ଜ୍ଞାନ ରଞ୍ଜନ ଦାସ, ଦିଗାମ୍ବର ବେହେରା, ନୁଆଗଡ ସରପଞ୍ଚ ଦେବେନ୍ଦ୍ର ରାଉତ, ଭୂତମୁଣ୍ଡାଇ ସରପଞ୍ଚ ରୋହିତ କୁମାର ଜେନା, ବଗଦିଆ ସମିତି ସଭ୍ୟ ପବିତ୍ର ସେଠୀ, ଚନ୍ଦ୍ରକାନ୍ତ ସ୍ୱାଇଁ, ଗଗନ ବିହାରୀ ରାଉତ, ଚନ୍ଦ୍ର ଶେଖର ଚୌଧୁରୀ, ଅର୍ଜୁନ ବେହେରା, ସଂଗ୍ରାମ ବେହେରା, ମନୋଜ ରାଉତ, ବିଜ୍ଞାନ ସାମଲ, ଲୋଭା ବେହେରା, ପ୍ରଭାକର ଚୌଧୁରୀ, ଅଲେଖ ମହାରଥା ପ୍ରମୁଖ ଯୋଗଦେଇ ଥିଲେ l



