ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଁଳା ନମ୍ବମି ପାଳନ

ଏରସମା, 31/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ଚଟୁଆ ପଞ୍ଚାୟତ ଅନ୍ତର୍ଗତ ସାମନ୍ତରାପୁରୁ ଗ୍ରାମରେ ଅଁଳା ନବମୀ ପର୍ବ ପାଳନ ହୋଇଯାଇଛି। କାର୍ତ୍ତିକ ମାସ ଅଁଳା ନବମି ଦିନଠାରୁ ପଞ୍ଚୁକ ବ୍ରତ ପାଳନ କରାଯାଇଥାଏ। ଆଜି ସକାଳେ ସାମନ୍ତରାପୁରୁ ଗୋପୀନାଥ ମନ୍ଦିରରେ ପଣ୍ଡିତ ବିଶ୍ଵଜିତ ଦାଶ ଠାକୁରଙ୍କ ନୀତିକାନ୍ତି କରିଥିଲେ। ଗୋପୀନାଥଙ୍କ ଭକ୍ତମାନେ ହରିରାମ ଜପ କରିବା ସହିତ ଭଜନ କୀର୍ତ୍ତନ କରିବାପରେ ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଅଁଳା ଗଛଟିକୁ ପୂଜାର୍ଚ୍ଚନା କରିଥିଲେ। ଫୁଲ, ଚନ୍ଦନ, ସିନ୍ଦୂର ଅଁଳା ଗଛରେ ପିନ୍ଧେଇବା ସହିତ ଘଣ୍ଟ ଘଣ୍ଟି ହରିବୋଲ ହୁଳହୁଳି ସହିତ ଗଛରେ ସୂତା ବାନ୍ଧି ଗଛ ଚାରିପଟେ ମା" ମାନେ ବୁଲି ଅଁଳା ନବମୀ ଉପଲକ୍ଷେ ଅଁଳା ବ୍ରତ ପାଳନ କରିଥିଲେ। ଏହି ଅଁଳା ନବମୀ କାର୍ଯ୍ୟକ୍ରମକୁ ଦିପ୍ତିମୟି ରଥ,ସ୍ୱୟଂପ୍ରଭା ତ୍ରିପାଠୀ,ରିନାରାଣୀ ସ୍ୱାଇଁ, ସ୍ନେହାଞ୍ଜଳି ମହାପାତ୍ର,କଳ୍ପନା ସ୍ୱାଇଁ,କୁନୁମୁନୁ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ପ୍ରସନ୍ନ ସ୍ୱାଇଁଙ୍କ ସମେତ ସାମନ୍ତରାପୁରୁ ଗ୍ରାମର ମା" ମାନେ ସୂଚାରୁ ରୂପେ ପାଳନ କରିଥିଲେ।
Article Image
Article Image
5