ଏରସମା, 28/01/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଲକ ଚଟୁଆ ପଞ୍ଚାୟତ ଅନ୍ତର୍ଗତ ମାଣପୁର ଗ୍ରାମର ରୋଗରେ ପୀଡିତ ଯୋଗେନ୍ଦ୍ର ରାଉତଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବିଶିଷ୍ଟ ସମାଜସେବୀ ପ୍ରକାଶ ଚନ୍ଦ୍ର ପାଲ୍ ସୂଚନା ଯୋଗ୍ୟ କି, ଯୋଗେନ୍ଦ୍ର ଗତ କିଛି ମାସ ହେବ କ୍ୟାନ୍ସର ରୋଗରେ ପୀଡିତ ହୋଇ ଆଚାର୍ଯ୍ୟ ହରିହର କର୍କଟ ହସିପିଟାଲରେ ଚିକିତ୍ସିତ ହେଉଛନ୍ତି ।ବର୍ତ୍ତମାନ ସେ ଚଲାବୁଲା ଠିକ ସେ କରିପାରୁନାହାନ୍ତି | ଗୋଡ ହାତ ସବୁ ଫୁଲି ଯାଉଛି | ସେ ଜଣେ ଅଭାବୀ ଦିନ ମଜୁରିଆ ଗରିବ ଲୋକ ତାଙ୍କ ପୁଅ ନାହିଁ ୪ଝିଅ। ଅର୍ଥାଭାବରୁ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ।ଦୁଖଃ କଷ୍ଟ କରି ଯାହା ଧନ ସଞ୍ଛୟ କରିଥିଲେ ତାଙ୍କୁ ସବୁ ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି ଏପଟେ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ମଧ୍ୟ ଚିକିତ୍ସା ନିମନ୍ତେ ବ୍ୟବହାର କରିସାରିଲେଣି ଏହି ଦୁଃଖଦ ଖବର ପାଇ ସମାଜ ସେବୀ ପ୍ରକାଶ ଚନ୍ଦ୍ର ପାଲ୍ କିଛି ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।ଏବଂ ସେ ବହୁମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ସେଚ୍ଛାସ୍ୱବୀ ସଂଗଠନ ପକ୍ଷରୁ କ୍ୟାନ୍ସର ପିଡିତ ଯୋଗେନ୍ଦ୍ର ରାଉତଙ୍କ ଚିକିତ୍ସା ନିମନ୍ତେ ସହାୟତାର ହାତ ବଢେଇବାକୁ ନିବେଦନ କରିଛନ୍ତି ଏବଂ ସରକାରୀ ବ୍ୟବସ୍ଥାରେ ମଧ୍ୟ କିପରି ଭଲ ଚିକିତ୍ସା ଯୋଗାଇ ଦିଆଯିବ ସେ ସମ୍ପର୍କରେ ଆଲୋଚନା କରିବେ ବୋଲି ଶ୍ରୀଯୁକ୍ତ ପାଲ୍ କହିଛନ୍ତି। ବଦାନ୍ୟତା ପାଇଁ ଯୋଗେନ୍ଦ୍ର ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଏପରି ସମାଜସେବା କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
