ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାରେ ଅଁଳା ନବମୀ ଉତ୍ସବ ପାଳିତ

ବୁଗୁଡ଼ା, 31/10/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡ଼ା ଅଞ୍ଚଳର ବିଭିନ୍ନ ମନ୍ଦିରରେ ଅଁଳା ନବମୀ ଉତ୍ସବ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିରଞ୍ଚି ନାରାୟଣ ମନ୍ଦିର ପରିସରସ୍ଥ ରଘୁନାଥ ମମନ୍ଦିରରେ ଉଚ୍ଚ ଉତ୍ସବ ପାଳନ ଅବସରରେ ଦେବାଦେବୀଙ୍କ ପହଡ ଅବକାଶ, ମଙ୍ଗଳ ଆଳତି, ଅଁଳା ମାଳାର୍ପଣ, ବାଳଭୋଗ, ରାଧା ପାଦ ଦର୍ଶନ ଆଦି କାର୍ଯ୍ୟକ୍ରମ ଯଥାବିଧ ପ୍ରକାରେ ଅନୁଷ୍ଠିତ ହୋଇଥିଲା ବେଳେ ଗୋପୀନାଥ ମନ୍ଦିର ଓ ବଳଦେବ ମନ୍ଦିରରେ ମଧ୍ୟ ଅନୁରୂପ ଭାବେ ପାଳନ କରାଯାଇଥିଲା । ସେହିପରି ବାଲିପଦର ଗ୍ରାମସ୍ଥିତ ରଘୁନାଥ ସ୍ବାମୀ ମନ୍ଦିର,ବାଦୁଆର ରାଧାକୃଷ୍ଣ ମନ୍ଦିର ଓ କଦମ୍ବ ମଠର ରାଧାକୃଷ୍ଣ ମନ୍ଦିରରେ ପାରମ୍ପରିକ ରୀତିରେ ଅଁଳା ନବମୀ ଉତ୍ସବ ପାଳିତ ହୋଇଥିଲା । ସମ୍ପୂକୁ ମନ୍ଦିରଗୁଡିକରେ ଭକ୍ତଙ୍କ ଭିଡ ଜମିଥିଲା ।
Article Image
13