ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚେନ୍ନାଇ ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି।

ବୁଗୁଡ଼ା, 31/10/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ପରିବାରର ପେଟପାଟଣା ପାଇଁ ଗଲେ ଦାଦନ ଫେରିଲେ ଶବ ହୋଇ। ଚେନ୍ନାଇରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଶୋକାକୁଳ ପରିବେଶରେ ଗ୍ରାମର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ। ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ୧୩ ନମ୍ବର ଓ୍ବାର୍ଡ(କାଦପଡ଼ା)ର ଅନିଲ ଜେନା (୨୯) ଦେଢ଼ ବର୍ଷ ଧରି ସେ ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଦାଦନ ଶ୍ରମିକଙ୍କ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଗ୍ରାମକୁ ଆସି ଦୁଇ ମାସ ତଳେ ପୁଣି ସେହି କମ୍ପାନୀକୁ ଫେରିଥିଲେ। କିନ୍ତୁ ମଙ୍ଗଳବାର ରାତିରେ ଅନିଲ କମ୍ପାନୀରେ କାର୍ଯ୍ଯରତ ସମୟରେ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଦ୍ବାରା ସେ ଗୁରୁତର ଆହାତ ହୋଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ଲୋକଙ୍କ ସହଯୋଗରେ ନିକଟସ୍ଥ ମେଡ଼ିକାଲକୁ ଯିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ତିନି ଦିନ ମେଡିକାଲରେ ମରଶରୀର ପଡିଥିଲା । ଏହି ଦୁଃଖଦ ଖବର ଜାଣିବା ପରେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ହସ୍ତକ୍ଷେପ କରିଥିଲେ । ହସ୍ତକ୍ଷେପ ପରେ ୩୧/୧୦/୨୫ ତାରିଖ ଅପରାହ୍ନରେ ଆମ୍ବୁଲାନ୍ସ ଦ୍ବାରା ଗ୍ରାମରେ ତାଙ୍କ ମରଶରୀର ପହଞ୍ଚିଥିଲା। ଗ୍ରାମରେ ଅନିଲଙ୍କ ମରଶରୀର ପହଞ୍ଚିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଓ ପରିବାର ଲୋକଙ୍କ ସହଯୋଗରେ ଗ୍ରାମର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଦୁଇ ବର୍ଷ ତଳେ ତାଙ୍କର ବାହାଘର ହୋଇଥିଲା । ସେ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ରୋଜଗାରରେ ମା,ବାପା,ସ୍ତ୍ରୀ,ଭାଇ ଓ ୧୦ ମାସର ଛୋଟ ଝିଅ ଚଳୁଥିଲେ। ଓଡ଼ିଶା ଏକ ଦାଦନ ବହୁଳ ରାଜ୍ୟ ହୋଇଥିବା ବେଳେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଲୋକଙ୍କୁ ରୋଜଗାର ଦେବା ସହିତ ଅନିଲ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।
4