ରାୟଗଡ଼ା, 31/10/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ରାୟଗଡ଼ା ରକ୍ତଭଣ୍ଡାର ଠାରେ ହେଉଥିବା ରକ୍ତର ଆବଶ୍ୟକତାକୁ ପୁରଣ କରିବାକୁ ବଜରଙ୍ଗ ଦଳ ଆଗେଇ ଆସିଛି। ଏଥିପାଇଁ ରାୟଗଡ଼ା ବଜରଙ୍କ ଦଳ ପକ୍ଷରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାୟଗଡ଼ା ବଜରଙ୍ଗ ଦଳର ଜିଲ୍ଲା ସହ ସଂଯୋଜକ ଶସ୍ୟଜ୍ୟୋତି ବେହେରା ,ନଗର
ସଂଯୋଜକ ସଙ୍କର ବେହେରା,ନଗର ବଳ ଉପାସନା ପ୍ରମୁଖ ଗଣେଶ ବେହେରା , ବିଶ୍ୱହିନ୍ଦୁ ପରିଷଧ ସଭାପତି ଡ଼.ବାବୁ ରାଓ ମହାନ୍ତି,ବିଶ୍ୱହିନ୍ଦୁ ପରିଷଧ ଉପ ସଭାପତି ଆନନ୍ଦ ରାଓ , ସତସଙ୍ଗ ପ୍ରମୁଖ ସୁଶାନ୍ତ ପ୍ରଧାନ,ସମ୍ପାଦକ କୁନା ରମେଶ , ସହ ସମ୍ପାଦକ ଗୋପୀ ନାଥ ବ୍ରହ୍ମା ,ପ୍ରାନ୍ତ ଉପ ସଭାପତି ପ୍ରଫୁଲ ଚନ୍ଦ୍ର ପାତ୍ର , ଦୁର୍ଗା ବହିନୀ ଜିଲ୍ଲା ସଂଯୋଜିକା ଆଶା ଭନିସିକା ଅବଦୁଲ୍ କଲାମ ଫାଉଣ୍ଡାସେନ ପ୍ରତିଷ୍ଠାତା ବୋଗିଲି ରାଜେଶ , କିରଣ କଣ୍ଡାଗିରି,ରଜେନ୍ଦ୍ର ବେହେରା, ବିଶ୍ୱ ଭୂଷଣ ପଟନାୟକ ସହ ଅନ୍ୟ ସମସ୍ତ ସଦସ୍ୟ ସଭ୍ୟମାନେ ଉପସ୍ଥିତ ରହିଥିଲେ।ଏହି ରକ୍ତଦାନ ଶିବିରରେ ବଜରଙ୍ଗଦଳ ସଭ୍ୟମାନେ ସ୍ୱେଚ୍ଛାକୃତ ଭାବରେ ମୋଟ ୩୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ।