ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ କୁନି ଦେଇ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ l

ପାରାଦୀପ ଗଡ , 31/10/2025, ଉତ୍କଳ voice news - utkalvoicenews.com ଜଗତସିଂହପୁର ଜିଲ୍ଲା ର ଦ୍ୱିତୀୟ ବୃହତ୍ତମ ଉଚ୍ଚ ସରକାରୀ ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ କୁନି ଦେଈ ଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ସ୍କୁଲ୍ ପରିସରରେ ମହା ସମାରୋହରେ ପାଲିତ ହୋଇ ଯାଇଛି l ସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷଯାତ୍ରୀ ଶ୍ରୀମତୀ ଇତିଶ୍ରୀ ସାହୁ ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ କହିଥିଲେ ଯେ ଶ୍ରୀମତୀ କୁନି ଦେଇ ଦୀର୍ଘ ୧୫ ବର୍ଷ ହେବ ଏହି ବିଦ୍ୟାଳୟ ରେ ଶିକ୍ଷକତା କରିବା ସମୟରେ ଛାତ୍ର, ଛାତ୍ରୀ ଓ ସହକର୍ମୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ଥିବାରୁ ଆଜି ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି l
Article Image
ମୁଖ୍ୟ ବକ୍ତା ଭାବେ ସି.ଆର.ସି.ସି. ସମୀର କୁମାର ଓଝା, ସମ୍ମାନିତ ଅତିଥି ଭାବେ ସ୍କୁଲ୍ ର ପୁର୍ବତନ ଶିକ୍ଷକ ବିଷ୍ଣୁ ଚରଣ ମଙ୍ଗରାଜ, ବିଶ୍ଵନାଥ ମହାପାତ୍ର, ମନୋରଞ୍ଜନ ସାହୁ ଓ ସ୍କୁଲ ଅବିଭାବକ କମିଟି ର ସଭାପତି ଜୀବନ ଧନ ବେହେର ପ୍ରମୁଖ ଯୋଗଦେଇ ଶିକ୍ଷୟତ୍ରୀ "କୁନି ଦେ଼ଇ" ଙ୍କର ଚାକିରୀ ଜୀବନୀ ଛାତ୍ର, ଛାତ୍ରୀ ଙ୍କୁ ଭଲପାଇବା ଉପରେ ବକ୍ତବ୍ୟ ରଖିଥିଲେ l କୁନି ଦେଇ ଙ୍କ ସମ୍ମାନାର୍ଥେ ଛାତ୍ର, ଛାତ୍ରୀ ଙ୍କ ଦ୍ଵାରା ନାଚଗୀତ ର ଆୟୋଜନ କରାଯିବା ସହିତ ବିଦ୍ୟାଳୟର ତରଫରୁ ତାଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସମ୍ମାନିତ କରା ଯାଇଥିଲା l ଉକ୍ତ ଉତ୍ସଵ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଶିକ୍ଷୟତ୍ରୀ ପ୍ରଭାତ ନଳିନୀ ବେହେରା, ବିଷ୍ଣୁପ୍ରିୟା ସ୍ୱାଇଁ, ଏଲିନା ମହାନ୍ତି, ସାଗରିକା ସ୍ୱାଇଁ, ମିନର୍ଭା ସ୍ୱାଇଁ, ଆୟସ୍ମିତା ସାହୁ, ଦିପିକା ସୋରେନ, ସୁମିତ୍ରା ମୁର୍ମୁ, ବିଜୟଲକ୍ଷ୍ମୀ ସ୍ବାଇଁ, ପ୍ରଭାତୀ ବେହେରା, ମିନର୍ଭା ପଣ୍ଡା, ଶିକ୍ଷକ ସମ୍ପଦ କୁମାର ମୁଦୁଲି, ରମାକାନ୍ତ ଖଣ୍ଡୁଆଳ ପ୍ରମୁଖ ଯୋଗଦେଇ କୁନି ଦେଈ ଙ୍କୁ ପ୍ରଶଂସା ରେ ପୋତି ପକାଇଥିଲେ l
Article Image
Article Image
Article Image
Article Image
4