ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଷ୍ଟ୍ରୀୟ ଏକତା ଦିବସରେ - " ପଦଯାତ୍ରାକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ "

ରାୟଗଡ଼ା, 31/10/2025, ଉତ୍କଳ voice news - utkalvoicenews.com"ରାଷ୍ଟ୍ରୀୟ ଏକତା ଶପଥ ନେଲେ ସମସ୍ତ କର୍ମଚାରୀ "
Article Image
( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ନିର୍ଦେଶ କ୍ରମେ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଆଜି ସକାଳ ୭. ୦୦ଘଟିକା ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ପଦଯାତ୍ରାକୁ ପତାକା ହଲାଇ ଶୁଭରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ସହକାରୀ ଜିଲ୍ଲାପାଳ ପ୍ରଫୁଲ କୁମାର ବେହେରା, କୈଳାଶ ଚନ୍ଦ୍ର ସ୍ୱାଇଁ, ସମାଜ ସେବୀ ଗୋପୀ ଆନନ୍ଦ, କାଳିଚରଣ ମାଝୀ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅlଲେନୁର, ଜିଲ୍ଲାସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ପ୍ରମୁଖ ଯୋଗଦାନ କରିଥିଲେ l ଏହି ପଦୟତ୍ରlରେ ମହାବିଦ୍ୟାଳୟ, ବିଦ୍ୟାଳୟ, ଆରକ୍ଷୀ ବାହିନୀ ଓ କେନ୍ଦ୍ରୀୟ ପୋଲିସ ସୁରକ୍ଷା ବଳର କର୍ମଚାରୀ ଯୋଗଦେଇଥିଲେ l ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ବ୍ଲକ ଛକ ଦେଇ କପିଳାଶ ଛକରୁ ସ୍ଥାନୀୟ ସଦଭାବନା କ୍ରୀଡ଼ାଙ୍ଗନ ପରିସରରେ ସମାବେଶ ହୋଇଥିଲେ l ସେଠାରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନି ଆଦର୍ଶ ଉପରେ ଆଲୋକପlତ କରିଥିଲେ l ସେହିପରି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷ ଠାରେ ରାଷ୍ଟ୍ରୀୟ ଏକତା ଶପଥ ନେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଶପଥ କରାଇଥିଲେ l ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରୁ ମାସ ବ୍ୟାପୀ ପଦଯାତ୍ରା କରାଯିବ l ରାୟଗଡ଼ ଠାରେ ଆସନ୍ତା ତା ୮/୧୧/୨୫ହେବାକୁ ଥିବା ଏକତା ପାଇଁ ଦୌଡ଼ (Run for Unity) କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରାଯାଇ ସହରର ବିଭିନ୍ନ ସ୍ଥାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ l ଶେଷରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଜିଲ୍ଲା ଉଚ୍ଚ ବିଦ୍ୟାଳୟ ଠାରେ ସମାପିତ ହେବ l ଏହି କାର୍ଯ୍ୟକ୍ରମରେ ଏକ ହଜାରରୁ ଅଧିକ ସଂଖ୍ୟକ ଲୋକ ଯୋଗଦାନ କରିବେ l ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି l ସେହିପରି ଗୁଣୁପୁର ଉପଖଣ୍ଡ ସଦର ମୋହକୁମା ଆସନ୍ତା ୧୫/୧୧/୨୫ ତାରିଖରେ ଆୟୋଜନ କରାଯିବ l
11