ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ ବନଖଣ୍ଡ ତରଫରୁ ଲୌହ ପୁରୁଷ ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜନ୍ମ ଦିବସ କୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରି ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠାନ କରାଯାଇଥିଲା ।

ରାୟଗଡ଼ା, 31/10/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ ବନଖଣ୍ଡ ତରଫରୁ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଦିବସ କୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରିବା ଅବସରରେ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠାନ କରାଯାଇଥିଲା । ଏହି ବୃକ୍ଷ ରୋପଣ କାର୍ଯକ୍ରମ ରାୟଗଡର ସହରାଞ୍ଚଳ ବନୀକରଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାୟଗଡ ବନଖଣ୍ଡର ବନଖଣ୍ଡ ଅଧିକାରୀ ଶ୍ରୀ ଅରୁଣ କୁମାର ବିଶ୍ଵାଳ ଏହି ପବିତ୍ର ଅଁଳା ନବମୀ ରେ ଏକ ଅଁଳା ଚାରା ଲଗାଇ ବୃକ୍ଷ ରୋପଣ କାର୍ଯକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ରାୟଗଡା ବନଖଣ୍ଡର ଅନ୍ୟ କର୍ମଚାରୀ ମାନେ ବିଭିନ୍ନ କିସମ ର ଚାରା ରୋପଣ କରିଥିଲେ । ଏହି କାର୍ଯକ୍ରମରେ ବନଖଣ୍ଡ ଅଧିକାରୀ ଶ୍ରୀ ଅରୁଣ କୁମାର ବିଶ୍ଵାଳ ନିଜ ଅଭିଭାଷଣରେ ଅଖଣ୍ଡ ଭାରତ ବର୍ଷ ତୋଳିବାରେରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ତ୍ୟାଗ ଓ ବଳିଷ୍ଠ ନେତୃତ୍ୱ ବିଷୟରେ ଅବଗତ କରିଥିଲେ । ଆମେ ସବୁ ମିଶି ଏକତା ହୋଇ କିପରି ଅଧିକରୁ ଅଧିକ ବୃକ୍ଷ ରୋପଣ କରି ଆମ ଆଖ ପାଖ ଅଞ୍ଚଳମାନଙ୍କରେ ସବୁଜ ବଳୟ ସୃଷ୍ଟି କରିବା ସେ ଉପରେ ଗୁରୁତ୍ବରୋପ କରିଥିଲେ ।
Article Image
ରାୟଗଡ଼ ଉପ-ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ , ଶ୍ରୀ ସଂଦୀପ କୁମାର ପୃଷ୍ଟି ଓ ଶ୍ରୀ ସତିଶ କୁମାର ଧରୁଆଙ୍କ ସହ ରାୟଗଡ଼ ବନଖଣ୍ଡର ସମସ୍ତ ବନକର୍ମଚାରୀ ଏହି କାର୍ଯକ୍ରମ ରେ ଉପସ୍ଥିତ ଥିଲେ । ରାୟଗଡା ବନାଞ୍ଚଳ ଅଧିକାରୀ ଶ୍ରୀ କମେଶ୍ଵର ଆଚାରୀ , ରାୟଗଡାଙ୍କ ଦ୍ବାରା ଏହି କାର୍ଯକ୍ରମ ଟି ସୁ ପରିଚାଳିତ ହୋଇଥିଲା ।
Article Image
1