ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ଯାଘ୍ର ଗଣନା ସମ୍ପର୍କିତ ଏକଦିବସୀୟ ତାଲିମ ପ୍ରଦାନ ଶିବିର 

ବୁଗୁଡ଼ା, 31/10/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ):
Article Image
ବୁଗୁଡା ବଡଦାଣ୍ଡସ୍ଥିତ କଳିଙ୍ଗ ବୈଶ୍ୟ ଭବନ ପରିସରରେ ଘୁମୁସର ଦକ୍ଷିଣ ବନଖଣ୍ଡ, ଭଞ୍ଜନଗର ପକ୍ଷରୁ ବୁଗୁଡ଼ା ବନ ବିଭାଗ ସହଯୋଗରେ ଡିଭିଜନ ସ୍ତରୀୟ ବ୍ଯାଘ୍ର ଗଣନା ସମ୍ପର୍କିତ ଏକଦିବସୀୟ ତାଲିମ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।  ଏସିଏଫ୍ ପ୍ରଦୀପ କୁମାର ବେହେରାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସୋରଡା ରେଞ୍ଜ ଭାରପ୍ରାପ୍ତ ଏସିଏଫ୍ ନିହାର ରଞ୍ଜନ ମଲ୍ଲିକ ମଞ୍ଚାସୀନ ରହିଥିବା ବେଳେ ପୋଲସରା ରେଞ୍ଜର ଅନିଲ କୁମାର ପଣ୍ଡା, ବୁଗୁଡ଼ା ରେଞ୍ଜର ମାନସ କୁମାର ସାହୁ, ଆସ୍କା ରେଞ୍ଜର ପ୍ରମୋଦ କୁମାର ପଣ୍ଡା ଓ ବଡଗଡ ରେଞ୍ଜର ଅଞ୍ଜନ କୁମାର ନାୟକଙ୍କ ସମେତ ଘୁମୁସର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବନାଞ୍ଚଳରେ କାର୍ଯ୍ୟରତ ବନରକ୍ଷୀ, ବନପାଳ, ଫରେଷ୍ଟ ପ୍ରୋଟେକ୍ସନ ସ୍କାର୍ଡ, ବନଖଣ୍ଡ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ସର୍ବ ଭାରତୀୟ ବ୍ଯାଘ୍ର ଅଟକଳ-୨୦୨୬ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବନ ବିଭାଗୀୟ ସମ୍ମୁଖ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପାଇଁ ଆୟୋଜିତ ଉକ୍ତ ଶିବିର ଅବସରରେ ବୈଜ୍ଞାନିକ ପଦ୍ଧତିରେ ବ୍ଯାଘ୍ର ଏବଂ ଅନ୍ଯାନ୍ଯ ମାଂସାଶୀ ପ୍ରାଣୀଙ୍କ ସମେତ ତୃଣଭୋଜୀ ପ୍ରାଣୀଙ୍କ ଗଣନା ସମ୍ପର୍କରେ ଏସିଏଫ ଶ୍ରୀ ବେହେରା ବିସ୍ତୃତ ଭାବେ ଆଲୋଚନା କରି ଦ୍ବାରା ତାଲିମ ପ୍ରଦାନ କରିଥିଲେ। ବୁଗୁଡ଼ା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ ପରିଚାଳନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବନପାଳ କ୍ଷୀରୋଦ ଚନ୍ଦ୍ର ଗୌଡ ଓ ଅନ୍ଯମାନେ ସହଯୋଗ କରିଥିଲେ।
5