ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର।

ତିର୍ତ୍ତୋଲ, 31/10/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ତିର୍ତ୍ତୋଲ ବ୍ଲକ ମଣିଚରଣ ଶାରଳା ଏକାଡେମୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ, ଏବିଡ଼ିଓ ସତ୍ୟଜିତ ସ୍ୱାଇଁ, ବ୍ଲକ ଅଧକ୍ଷ ମନୋଜ ବେହେରା , ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ତିର୍ତ୍ତୋଲ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରମୁଖ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ଶିଶୁ ଓ ଭେଷଜ , ମାନସିକ ଅନଗ୍ରସର, ଶ୍ରବଣ, ଚକ୍ଷୁ, ସ୍ନାୟୁ, ଅସ୍ତିସଲ୍ୟ ବିଭାଗ ର ବରିଷ୍ଠ ଡାକ୍ତର ଙ୍କ ଦ୍ୱାରା ଶତାଧିକ ଭିର୍ନ୍ନକ୍ଷମ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଭିର୍ନକ୍ଷମ ମାନ ନିର୍ଦ୍ଧାରଣ କରାଯାଇଥିଲା। ଏହି ଶିବିରରେ ଚାରିସହ ରୁ ଉର୍ଦ୍ଧ ଭିର୍ନକ୍ଷମ ବ୍ୟକ୍ତି ନାମ ରେଜିଷ୍ଟେସନ କରାଇଥିଲେ। ଏହି ଶିବିର ଦ୍ୱାରା ଗରିବ, ଅନଗ୍ରସର ର ଭିର୍ନକ୍ଷମ ବ୍ୟକ୍ତିଙ୍କୁ ସରକାର ଙ୍କ ଅନେକ ସୁବିଧା ମିଳିପାରୁଛି ବୋଲି ମଞ୍ଚାସିନ ଅତିଥି ମାନେ ମତ ରଖିଥିବା ବେଳେ ବିଧାୟକ ରମାକାନ୍ତ ଭୋଇ ସରକାରଙ୍କ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ.
40