ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତୁଳସୀ ବିଶ୍ବାଳଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଜଗତସିଂହପୁର, 01/11/2025, ଉତ୍କଳ voice news - utkalvoicenews.com*(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ) :*
Article Image
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଇବ୍ରିସିହ ପଞ୍ଚାୟତର ବଡିଲୋ ବନ୍ଧମୁଣ୍ଡି ଗ୍ରାମରେ ଶୁକ୍ରବାର ଦିନ ତୁଳସୀ ବିଶ୍ବାଳଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ବଡ଼ପୁଅ ବିଜୟ ବିଶ୍ଵାଳ, ସାନପୁଅ ସଞ୍ଜୟ ବିଶ୍ବାଳ, ପୁତୁରା ଅକ୍ଷୟ ବିଶ୍ବାଳଙ୍କ ସମେତ ଦୁଇ ପୁତ୍ର ବଧୁ, ଝିଅ ଜ୍ବାଇଁ ଓ ନାତି ନାତୁଣୀ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଉପସ୍ଥିତି ରହି ମା ତୁଳସୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଦେବେନ୍ଦ୍ର ବିଶ୍ବାଳ, ସ୍ମୃତି ରଞ୍ଜନ ବିଶ୍ବାଳ, ପ୍ରସନ୍ନ ଗୁରୁ ଏବଂ ବିଶ୍ବାଳ ପରିବାରର ପ୍ରିୟ ପରିଜନ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା। ବନ୍ଧମୁଣ୍ଡି ଓ ପଡ଼ୋଶୀ ଗ୍ରାମବାସୀଙ୍କ ସମେତ ବନ୍ଧୁ ଏବଂ ପ୍ରିୟ ପରିଜନଙ୍କୁ ପରିବାର ପକ୍ଷରୁ ଭୋଜି ଭାତରେ ଆପ୍ୟାୟିତ କରାଯାଇଥିଲା।
13