ଏରସମା, 01/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ ଭିତର ଅନ୍ଧାରୀ ପଞ୍ଚାୟତ ଅନ୍ତର୍ଗତ ପୋତକ ଗ୍ରାମରେ ସରତ ରାହାସ ପୂଜା ଧୁମ୍ ଧାମରେ ପାଳିତ ହୋଇଯାଇଛି। ସରତ ରାହସଙ୍କ ନୀତିନିୟମ ଅନୁସାରେ ସରତ ରାହାସ ପୂଜା ମଣ୍ଡପ ନିକଟରୁ
ବିମାନ ମାଧ୍ୟମରେ ଘଣ୍ଟ ଘଣ୍ଟି ବାଜା ବାଣ କିର୍ତ୍ତନ ସହିତ ବିରାଟ ପଟୁଆରରେ ଯାଇ ହାଡୁଆ ନଦୀ ନିକଟରେ ସରତ ରାହାସଙ୍କ କର୍ତ୍ତା ଅୟସ କାନ୍ତ ପ୍ରଧାନ ପୂଜାର୍ଚ୍ଚନା କରିସାରିବା ପରେ ହାଡୁଆ ପୋଲ ନିକଟରୁ ଏକ କଳସୀ ଶୋଭା ଯାତ୍ରାରେ ଆସି ପୂଜା ମଣ୍ଡପ ନିକଟରେ ପହଞ୍ଚିବାପରେ ସରତ ରାହାସଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ସରତ ରାହାସ ପୂଜା ୬୨ ବର୍ଷରେ ପଦାର୍ପଣ କରିଛି। ଏଠାରେ ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥିଲା। ପୂଜାରେ ପାଞ୍ଚଦିନ ଧରି ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ। ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଆମ ଗାଁ ରାହାସ ଉତ୍ସବ ପୋତକ କାର୍ଯ୍ୟକ୍ରମକୁ ମା" ଚାଚଖାଇ କ୍ଲବର ସମସ୍ତ ମେମ୍ବରମାନେ ଏବଂ ଗ୍ରାମବାସୀ ବୃନ୍ଦ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।