ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜୋନାଲ ସ୍ତରୀୟ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୁଗୁଡ଼ା, 01/11/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଜୋନାଲ ସ୍ତରୀୟ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଓଡିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରାୟୋଜିତ ଉକ୍ତ ତ୍ରିଦିବସୀୟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ପିପୁଲ୍ସ କଲେଜ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଏସଡିପିଓ ଡ.ଦିପକ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ବୁଗୁଡା ଥାନା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ପିପୁଲ୍ସ କଲେଜ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ଓ ଆଡମିନିଷ୍ଟ୍ରେଟିଭ୍ ବରସାର୍ ଡ.ପ୍ରଦୀପ କୁମାର ଦାଶ, +୨ କ୍ରୀଡା ଉପଦେଷ୍ଟା ଆତ୍ମ ପ୍ରକାଶ ନାୟକ ଓ +୩ କ୍ରୀଡା ଉପଦେଷ୍ଟା ଅକ୍ଷୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ। । ଉକ୍ତ ଟୁର୍ଣ୍ଣାମେଣ୍ଟରେ ସିଏଚଏସଇ ଜୋନ-୯ ଅନ୍ତର୍ଗତ ୨୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମହିଳା ଦଳ ଅଂଶ ଗ୍ରହଣ କରିବାକୁ ଥିବାବଳେ ଉଦଘାଟନୀ ମ୍ଯାଚଟି ବୁଗୁଡା ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଶ୍ରୀ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରେଫେରି ଭଞ୍ଜ କିଶୋର ଗୌଡ ଏବଂ ସହଯୋଗୀ ରବିନ୍ଦ୍ର କୁମାର ବେହେରା ଓ ହରିହର ବିଶ୍ବାଳ ଖେଳ ପରିଚାଳନା କରିଥିବା ବେଳେ ସରୋଜ ସାହୁ ଏବଂ ସହଯୋଗୀ ସଞ୍ଜିବ ମହାରଣା ଓ ସନ୍ତୋଷ କୁମାର ଖଣ୍ଡେଇ ପ୍ରମୁଖ ସ୍କୋରର ଦାୟିତ୍ବ ନିର୍ବାହ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟକୁ ପିପୁଲ୍ସ କଲେଜ କ୍ରୀଡା ଶିକ୍ଷକ କ୍ରିଷ୍ଣାରାଓ ପାତ୍ର ପରିଚାଳନା କରୁଥିବା ବେଳେ ସ୍ବେଚ୍ଛାସେବୀମାନଙ୍କ ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା ।
Article Image
6