ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଛତିଆ ଠାରେ ୨ୟ ର୍ସବଭାରତୀୟ ଦିବାରାତ୍ର ହ୍ୟାଣ୍ଡବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ

ଯାଜପୁର, 01/11/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) : ବଡ଼ଚଣା ଚଳିତ ମାସରେ ବଡ଼ଚଣା ବ୍ଲକ ଛତିଆ ଠାରେ ତିନିଦିନ ଧରି ଦ୍ୱିତୀୟ ର୍ସବଭାରତୀୟ ଦିବା ରାତ୍ର ହ୍ଯାଣ୍ଡବଲ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଛତିଆ ହ୍ଯାଣ୍ଡବଲ କ୍ଲବ ଆନୁକୂଲ୍ୟରେ ଓ ଯାଜପୁର ଜିଲ୍ଲା ହ୍ଯାଣ୍ଡବଲ ଆସୁସେସନ ସହଯୋଗ ରେ ହେବାକୁ ଥିବା ଏହି ପ୍ରତିଯୋଗିତା ଚଳିତ ମାସର ୩, ୪, ୫ତାରିଖ ତିନିଦିନ ଧରି ଛତିଆ ସ୍ଥିତି ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ପରିସରରେ ଥିବା ହ୍ଯାଣ୍ଡବଲ ପଡିଆରେ ଅନୁଷ୍ଠିତ ହେବ। ଓଡିଶାରେ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ଫ୍ଲୋଡ ଲାଇଟିରେ ଖେଳାଯିବ। ଏହି ପ୍ରତିଯୋଗିତାରେ ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ ପୋଲିସ୍, ମହାରାଷ୍ଟ୍ର ପୋଲିସ୍, ଗୁଜୁରାଟ ସାଇ, ବିହାର ଓ ଝାଡଖଣ୍ଡ ରାଜ୍ଯ ସହିତ ଓଡିଶା ରୁ  ଓଡିଶା ପୋଲିସ୍, କେନ୍ଦୁଝର, ଗଞ୍ଜାମ ଓ ଯାଜପୁର ଜିଲ୍ଲା ଦଳ ଭାଗନେବେ। ଆସନ୍ତା ତିନି ତାରିଖ ଅପରାହ୍ନ ରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଉଦଯାପନୀ ଉତ୍ସବରେ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ ଅତିଥି ଭାବେ ଯୋଗାଦେବାର କାଯ୍ୟକ୍ରମ ରହିଛି। ଆଜି ଏକ ପ୍ରେସ ରିଲିଜ ମାଧ୍ୟମରେ ଯାଜପୁର ଜିଲ୍ଲା ହ୍ଯାଣ୍ଡବଲ ଆସୁଶୋସନର ସମ୍ପାଦକ ରମେଶ ପୃଷ୍ଟି ଓ ଅର୍ଗାନାଇଜି କମିଟି ର ଜୀବନ ଦୀପ ଶଣ୍ଢ ଓ  ମହମଦ୍ ସାଇଦି ଜଣାଇଛନ୍ତି।
5