ଯାଜପୁର, 01/11/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :

ବଡ଼ଚଣା ବ୍ଲକ କାଇମାଟିଆ ଗ୍ରାମରେ ଆରମ୍ଭ ହେବାକୁ ବସିଲାଣି କାର୍ତିକେଶ୍ୱର ପୁଜା ଅନେକ ବର୍ଷ ଧରି ଗ୍ରାମରେ ଚାଲିଆସୁଛି କାର୍ତ୍ତିକେଶ୍ୱର ପୁଜା l ଗ୍ରାମର ଯୁବକଙ୍କ ମଳିତ ସହଯୋଗ ରେ ପ୍ରତିବର୍ଷ ଧରି ଚାଲୁଅଛି l ପୁଜା ଆଉ ମାତ୍ରା ଦୁଇଦିନ ଥିବା ହେତୁ ଚଳଞ୍ଚଳ କାରିଗର ଖଡ଼ିରଙ୍ଗ କାର୍ଯ୍ୟ ସରିଯାଇଛି ବାକି ଥିବା ରଙ୍ଗକାର୍ଯ୍ୟ କୁ ତ୍ୱରାନ୍ୱିତ ସାରିବାକୁ ବ୍ୟସ୍ତ କାରିଗର l ସୋମବାର ଦିନ ପୁଜା ଆରମ୍ଭ ହେଉଥିବାରୁ ହାତରେ ବାକି ଦୁଇଦିନରେ ସାରିବାକୁ ଲାଗିପଡିଛନ୍ତି ଯୁବକ ଭାଇ l ଆଜି ଯେହେତୁ ପ୍ରଥମ ପଞ୍ଚୁକ ତେଣୁ ବାକି ଥିବା ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଯାଇଛି l ପୂଜାକୁ ମିଳିତ ଭାବେ ସହଯୋଗ କରୁଛନ୍ତି ଅତିଶ କୁମାର ସାହୁ, ମୋହନ ଚରଣ ସାହୁ, ଅନିଲ ସାହୁ, ଶିଶିରକାନ୍ତ ସାହୁ, ହିମାଂଶୁ ଶେଖର ସାହୁ, ସୁଧାକର ସାହୁ, ପ୍ରଶାନ୍ତ କୁମାର ସାହୁ l ଭାଗ୍ୟଧର ସାହୁ, ରାଜୀବଲୋଚନ ସାହୁ,ଗୋବିନ୍ଦ ସାହୁ,ମାଳୟ ରଂଜନ ସାହୁ,ଜୁଗୁନ ବାରିକ, ସମୀର ବାରିକ, ଜଗବନ୍ଧୁ ବାରିକ, ତାପସ ସାହୁ, ପକୁନ ସାହୁ, l ସୁବାସ ଚନ୍ଦ୍ର ସାହୁ, ଜିତେନ୍ଦ୍ର ସାହୁ, ଗିରିଧାରୀ ସାହୁ,ସତ୍ୟବ୍ରତ ସାହୁ, ବିଦ୍ୟାଧର ସାହୁ, ସୁବ୍ରତ ସାହୁ, ପ୍ରାଦୁମ୍ନ ସାହୁ, ବଂଶୀଧର ସାହୁ, ବିଷ୍ଣୁ ଚରଣ ସାହୁ l ଆଦି ପୁଜାଟିକୁ ପାଞ୍ଚଦିନ ପର୍ଯ୍ୟନ୍ତ ସମ୍ପୂର୍ଣ ତୁଲାଇ ଆସିବାର କହିଛନ୍ତି ପୂଜାର କର୍ତ୍ତା ଅତିଶ କୁମାର ଏବର୍ଷ ପୁଜା ସବୁବର୍ଷ ପରି ଟିକେ ନିଆରା ଢଙ୍ଗରେ ହେବା l ଠାକୁର ମେଢ଼ ସହ ଭସାଣିକୁ ସୁନ୍ଦର ଶରସ ଓ ନୂତନ ଆକର୍ଷଣ ରହିବ ଭାଲୁ ଗରିଲା ସହ ଫୋମ ମେଷିନ ଓ ଡିଜେ ଲାଇଟରେ ଆଲୋକିତ କରିବ ସଭିଙ୍କୁ l ଭସାଣି ପାଇଁ ଆକର୍ଷଣ ପ୍ରସ୍ତାବ ଦେଇଥିଲେ କମିଟିର ମେମ୍ବର ଗୋବିନ୍ଦ ସାହୁ..କାର୍ତିକ ମାସ ହେଉଛି ଧର୍ମ ର ମାସ l
ବର୍ଷକ ବାରମାସ ଛଅ ରିତୁ ମାତ୍ର ସବୁ ମାସ ମଧ୍ୟରେ ଶ୍ରେଷ୍ଠ ମାସ କାର୍ତିକ ଭାବେ ବିବେଚନା କରାଯାଇଛି କୁମାର ପୁର୍ଣିମା ଠାରୁ ଆରମ୍ଭ ହୁଏ l ଧର୍ମ ମାସ କାର୍ତିକ ଏହି ମାସରେ ଲୋକମାନେ ନିଷ୍ଟାର ସହ ଇଶ୍ୱର ପାର୍ଥନା କରିଥାନ୍ତି l ମାସ ସାରା ଆମିଷ ବର୍ଜନ କରି ଶୁଦ୍ଧ ସାକାହାରୀ ଖାଦ୍ୟକୁ ଗ୍ରହଣ କରିନ୍ତି l କାର୍ତିକ ମାସରେ ଧର୍ମ ପ୍ରରାୟଣ ମହିଳା ଓ ବୃଦ୍ଧ ବନିତା ଝିଅ ବୋହୁ ମାନେ ପ୍ରାତଃକାଳେ ସ୍ନାନ କାର୍ଯ୍ୟ ସାରି ଦେବ ଦର୍ଶନ ଏବଂ ଗ୍ରାମ ସଂକ୍ରୀତର୍ନ ଭ୍ରମଣରେ ସାରା ଗ୍ରାମ ଭକ୍ତିମୟ ପରିଲିକ୍ଷିତ ହୁଏ l ପଞ୍ଚୁକ ପାଞ୍ଚଦିନ ପଞ୍ଚକ ପର୍ବ ବା ମହାପଞ୍ଚୁନାମରେ ପରିଚିତ,ଏହି ମାସର ଶୁକ୍ଲପକ୍ଷ ଏକାଦଶୀ ଠାରୁ ପୁର୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଧରି ପଞ୍ଚୁକ ଅନୁଷ୍ଠିତ ହୁଏ l