ଯାଜପୁର, 02/11/2025, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ବଡ଼ଚଣା ବ୍ଲକ କାଇମାଟିଆ ଗ୍ରାମରେ ଜଙ୍ଗଲୀ ପାତି ଙ୍କ ସଂଖ୍ୟା ବଢୁ ଥିବାର ଦେଖିବାକୁ ମିଳୁଛି l ଖାଦ୍ୟ ଅନୁସରଣରେ ଜଙ୍ଗଲ ଛାଡି ରାସ୍ତା ଘାଟ ଗାଁ ଗଣ୍ଡାରେ ପଶିବାକୁ ଲାଗିଲେଣି ଜଙ୍ଗଲୀ ପାତି, କାଇମାଟିଆ ଗ୍ରାମ ସମେତ ଆଖ ପାଖ ଗାଁରେ ଦେଖିବାକୁ ମିଳୁଛି ପାତି ମାଙ୍କଡଙ୍କ ବୃଦ୍ଧି l ବିଶେଷ କରି ଏହି ମାଙ୍କଡ଼ ମନ୍ଦିର ପରିବେଷରେ ରହୁଥିବାର ଦେଖିବାକୁ ମିଳେ l କହିବାକୁ ଗଲେ ନିକଟବର୍ତ୍ତୀ ମହାବିନାୟକ, ଚଣ୍ଡୀମନ୍ଦିରେ ଏମାନଙ୍କ ସଂଖ୍ୟା ଅଧିକ ମାତ୍ରା ରେ ଦେଖିବାକୁ ମିଳେ l ବର୍ତମାନ ସମୟରେ ଖାଦ୍ୟ ଅଭାବରୁ ଗାଁ ଦାଣ୍ଡ ବଜାରରେ ଦେଖିବାକୁ ମିଳୁଛି ଏମାନଙ୍କୁ,ଏହି କିଛି ଦିନ ହେବ ଅନେକ ପାତି ମାଙ୍କଡ଼ ନଳିଦା ପର୍ବତ କାଇମାଟିଆ ବଜାର ନିକଟରେ ଏମାନଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି,ଗାଁ ଗଣ୍ଡା ଘର ବାଡ଼ିରେ ପଶି ଖାଦ୍ୟ ଖୋଜିବାରେ ଲାଗୁଛନ୍ତି l