ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଞ୍ଚାୟତ ପିଅନ ମାନଙ୍କର ଦରମା ବୃଦ୍ଧି ପାଇଁ ପ୍ରସ୍ତୁତି ବୈଠକ

ଏରସମା, 02/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ପଚିଶ ଗୋଟି ପଞ୍ଚାୟତର ପଞ୍ଚାୟତ ପିଅନ ମାନେ ତାଙ୍କର ମାସିକ ଦରମା ବୃଦ୍ଧି ପାଇଁ ପଲ୍ଲୀକଣ୍ଟା ପଞ୍ଚାୟତ ଅଫିସରେ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ପିଅନ ମାନଙ୍କର କହିବା କଥା ଦୀର୍ଘ ଦିନ ହେବ ପଞ୍ଚାୟତ କାର୍ଯ୍ୟାଳୟରେ କାମ କରି ଆସୁଛନ୍ତି। ପଞ୍ଚାୟତ ତରଫରୁ ମାସିକ ୩୦୦ , ୫୦୦, ୮୦୦ ଏହିଭଳି ଭାବରେ ଦରମା ପାଉଛନ୍ତି। ମାସିକ ଦରମାବି ନିର୍ଦ୍ଦିଷ୍ଟ ନାହିଁ। ସରକାର ସର୍ବ ନିମ୍ନ ମଜୁରୀ ଦିନକୁ ୩୦୦ ଟଙ୍କା ଘୋଷଣା କରିଥିବା ସମୟରେ , ପଞ୍ଚାୟତ ପିଅନ ମାନେ ମାସକୁ ୩୦୦ ଟଙ୍କା ପାଉଛନ୍ତି। ସରକାରଙ୍କ କାର୍ଯ୍ୟକ୍ରମରେ ଏକମାସ ଧରି କାମକରି ଦିନକୁ ୧୦ ଟଙ୍କା ପାଇଁ କେମିତି ପରିବାର ପ୍ରତିପୋଷଣ କରିବେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ । ୨୦୨୨/୨୩ ମସିହାରେ ୫ ଟି ସଚ୍ଚିବ କାର୍ତ୍ତିକେୟ ପାଣ୍ଡିଆନ ଏରସମା ଗସ୍ତରେ ଆସିଥିବା ବେଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ତାଙ୍କର ମାସିକ ଦରମା ବୃଦ୍ଧି ପାଇଁ ଦରଖାସ୍ତ ଦେଇଥିଲେ। ବର୍ତ୍ତମାନ୍ ଓଡ଼ିଶାରେ ବିଜେପି ସରକାର ଆସିଥିବା ବେଳେ ଏରସମା ବ୍ଲକର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାଗିରଥି ମହାପାତ୍ର, ବାବୁଲି ରାଉତ, ବାପୁଜୀ ରାଉତ, ଦେବାଶିଷ ସ୍ୱାଇଁ , ଅରୁଣ ଜେନା , ବୈରାଗୀ ବେହେରା, ସଞ୍ଜୟ ପଲ୍ଲେଇଙ୍କ ସମେତ ଏରସମା ବ୍ଲକର ପଚିଶ ଗୋଟି ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କର ସ୍ଥାୟୀ ନିଯୁକ୍ତି ଓ ସର୍ବନିମ୍ନ ମଜୁରି ବୃଦ୍ଧି କରାଯିବା ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ଲିଖିତ ଆକାରରେ ପୋଷ୍ଟାଲରେ ପଠାଇଛନ୍ତି।
13