ଏରସମା, 02/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ ମାହାଳ ଗ୍ରାମର ଆମ୍ବେଦକର ସ୍ମୃତି ପରିଷଦର ସଭାପତି ବୀପୁନି କୁମାର ଦାସଙ୍କ ପିତା ସ୍ୱର୍ଗତ ମଥୁରି ଦାସଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଛି। ଆମ୍ବେଦକର ସ୍ମୃତି ପରିଷଦ ସମ୍ପାଦକ ବବୁଲ୍ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ ସ୍ମୃତି ଚାରଣ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ଵର୍ଗତ ଦାସ ଜଣେ ସମାଜ ସେବୀ,ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ,ସେ ଗୋପାଳ କୁଳରେ ଜନ୍ମ ଗ୍ରହଣ କରିଥିଲେ ନିଜ ଗ୍ରାମ ତଥା ପଞ୍ଚାୟତ ଗୋପାଳ ଭାଇମାନଙ୍କର ମୁଖ୍ୟ ପୁରୋଧା ଥିଲେ।ତାଙ୍କ କର୍ମମୟ ଜୀବନ ଭିତରେ ରହି ଗାଁର ଉନ୍ନତି ଏବଂ ଗାଁର ଉଭୟ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର ଭୂମିକା ସବୁଦିନ ପାଇଁ ମନେରହିଵ ବୋଲି କହିଥିଲେ।ଏହି ଅବସରରେ ସ୍ୱର୍ଗତ ଦାସଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ ସ୍ମୃତି ସନ୍ତକ ଏକ ବହି ଉନ୍ମୋଚିତ କରାଗଲା ଏବଂ ନୂଆଗାଁ ର ସାମାଜିକ ସଂଗଠନ ଆମ୍ବେଦକର ସେବା ସଂଗଠକୁ ଆମ୍ବେଦକର ସ୍ମୃତି ପରିଷଦ ତରଫରୁ ଆମ୍ବେଦକରଙ୍କ ଫୋଟ ଚିତ୍ର ସହ ଏକ ସ୍ମରଣୀକା ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା।ସ୍ୱର୍ଗତ ସ୍ମୃତି କୁ ସବୁଦିନ ପାଇଁ ଉଜ୍ଜୀବିତ ରଖିବା ପାଇଁ ତାଙ୍କର ପୁତ୍ର ବୀପୁନ କୁମାର ଦାସ ଘୋଷଣା କରିଛନ୍ତି କି ପ୍ରତ୍ୟେକ ବର୍ଷ ତାଙ୍କର ବାପାଙ୍କ ସ୍ମୃତି ଉଦ୍ଧେଶ୍ୟରେ ଢ଼ିଙ୍କିଆ କପ୍ତେଶ୍ୱର ବିଦ୍ୟାପିଠ ଉଚ୍ଚବିଦ୍ୟାଳରୁ ମାଟ୍ରିକ ପରିକ୍ଷାରେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ରେ ରହିଥିବା ଛାତ୍ରଛାତ୍ରୀମାନଙ୍କୁ ଆମ୍ବେଦକର ସ୍ମୃତି ପରିଷଦ ସମ୍ମିନରେ ସମ୍ମାନିତ କରାଯିବ ବୋଲି ପ୍ରକାଶ କରିଥିଲେ।ଆୟୋଜିତ ସଭାରେ ସମାଜସେବୀ ଡ଼ ତାମିଲ ପ୍ରଧାନ,ଡ଼ ତନ୍ମୟ କୁମାର ସ୍ୱାଇଁ,ଭାଗବତ ପ୍ରେମୀ ତଥା ଜଗନ୍ନାଥ ପ୍ରଚାରକ ରବିନ୍ଦ୍ର ରାଉତ,ନୂତନ ଦାସ,ଦିଲ୍ଲୀପ ବେହେରା,ସମାଜ ସେବୀ ପ୍ରକାଶ ଚନ୍ଦ୍ର ପାଲ୍,ଭ୍ରମର ବର ଦାସ,ଫିରୋଜ ବୋଉରା,ଗଡ଼କୁଜଙ୍ଗ ପୂର୍ବତନ ସରପଞ୍ଚ ସମ୍ପଦ କୁମାର ବାରିକ,ଯଦୁନାଥ ଖଟୁଆ,ସାମ୍ବାଦିକ ଅରୁଣ ପରିଡା,ରାକେଶ ସୂତାର,ବିକ୍ରମ କିଶୋର ରାଉତରାୟଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇ ସ୍ମୃତି ଚାରଣ କରିଥିଲେ।ଏହି ଅବସରରେ ରାମାୟଣ ଗିତୀନାଟ୍ୟ ପରିବେଷଣ କରାଯାଇଥିଲା।
