କୁଜଙ୍ଗ , 02/11/2025, ଉତ୍କଳ voice news - utkalvoicenews.comସ୍ଥାନୀୟ ନ୍ୟାସନାଲ ସ୍କୁଲ ପରିସରରେ ବ୍ଲକ୍ ସ୍ତରୀୟ ସପ୍ତମ ଶ୍ରୀମଦ ଭଗବଦ୍ ଗୀତା ଆବୃତ୍ତି ପ୍ରତିଯୋଗୀତା ରବିବାର ଅନୁଷ୍ଠିତ ହୋଇଯାଇଅଛି। ଭକ୍ତ ପ୍ରତିଯୋଗୀତାରେ ପ୍ରାୟ ୭୦ଜଣରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ବିଚାରକ ମାନଙ୍କଦ୍ୱାରା ୧ମ,୨ୟ, ୩ୟ ଭାବରେ ମନୋନୀତ କରାଯାଇଥିଲା l ଗୁପ୍ ଏ ରୁ
ସୁଷମା ସରଙ୍ଗୀ ପଲାଇ,ଅଂଶୁମାନ ସାହୁ, ଆୟୁଷମାନ ସାହୁ,ଗ୍ରୁପ୍ ବି ରୁ ସଂପୂର୍ଣ୍ଣା ସ୍ୱାଇଁ, ସୋମନାଥ ସାହୁ, ଦିବ୍ୟଜ୍ୟୋତି ମହାପାତ୍ର,ଅର୍ପିତା ଦାସ, ଗୁପ୍ ସି ରୁ ସୃତି ପଟ୍ଟନାୟକ,ପୂଜାରାଣୀ ତ୍ରିପାଠୀ,ମାମୁନୀ ମୁଦୁଲୀ, ଏବଂ
ଗୁପ୍ ଡି ରୁ ମୀରା ଡାକେ ଲେଙ୍ଗା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଜିଲ୍ଲାସ୍ତରକୁ ମନେତୀତ ହୋଇଥିଲେ। ବିଚାରକ ଭାବେ ଶ୍ରୀକାନ୍ତ କୁମାର ଶତପଥୀ ,, ଅଞ୍ଜନା ମହାନ୍ତି , ପ୍ରତିଭା ମିଶ୍ର ,ସରୋଜିନୀ ସାହୁ, ଶୁଶ୍ରୀ ସଂଗୀତା ମିଶ୍ର ,ଜୟନ୍ତୀ କୁମାରୀ ଦାସ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀମାନଙ୍କର
ଆବୃତ୍ତିକୁ ମୁଲ୍ୟାଙ୍କନ କରିଥିଲେ । ଉକ୍ତ କାର୍ଯ୍ୟକୁ ଜିଲ୍ଲା ସଂଯୋଜକ ପଣ୍ଡିତ ବାସବ କୁମାର ନନ୍ଦ ପରିଚାଳନା କରିଥିଲେ । ନ୍ୟାସ୍ନାଲ୍ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ କାର୍ଯ୍ୟରେ ସହଯୋଗ କରିଥିବାବେଳେ ସ୍କୁଲ ଉପାଧ୍ୟକ୍ଷ ଓ
କାର୍ଯ୍ୟକ୍ରମ ସହ ସଂଚାଳକ ସଂଜୟ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ୩୦ରିଖରେ ଜଗତସିଂହପୁରସ୍ଥ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜିଲ୍ଲା ସ୍ଥରୀୟ ପ୍ରତିଯୋଗୀତା ହେବ ବୋଲି ଜିଲ୍ଲା ସଂଯୋଜକ ସମସ୍ତ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ ।ଏହି କାଯ୍ୟକ୍ରମକୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଛି l