ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାରେ କାର୍ତ୍ତିକେଶ୍ୱରଙ୍କ ଆରମ୍ଭ

ବୁଗୁଡ଼ା, 02/11/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସ୍ଥାନୀୟ ବଡ଼ଦାଣ୍ଡ ଠାରେ ବିରଞ୍ଚିନାରାୟଣ ପୂଜା କମିଟି ପକ୍ଷରୁ ଦେବସେନାପତି ଭଗବାନ ଶ୍ରୀ କାର୍ତ୍ତିକେଶ୍ୱରଙ୍କ ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି।ପୂଜା ଆରମ୍ଭ ହେବା ପରେ ସମଗ୍ର ବୁଗୁଡ଼ା ଅଞ୍ଚଳ ଏକ ଆଧ୍ୟାତ୍ମିକ ଏବଂ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପୂଜା କମିଟି ତରଫରୁ ଏହି ଅବସରରେ ଭବ୍ୟ ସାଜସଜ୍ଜା କରାଯାଇଛି।ପୁରୋହିତଙ୍କ ଦ୍ୱାରା ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିଲେ।ଠାକୁରଙ୍କୁ ଦର୍ଶନ କରିବା ଏବଂ ସନ୍ଧ୍ୟା ଆଳତି ଦେଖିବା ନିମନ୍ତେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି।
14