ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ବୁଗୁଡ଼ା, 02/11/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ଥାନା ଅନ୍ତର୍ଗତ କୁଆଁନଳା ଗ୍ରାମର ଜନୈକ ବୃଦ୍ଧ ବ୍ଯକ୍ତି ବାଘୁଆ ନଦୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ମୃତ ବୃଦ୍ଧ ଜଣକ ହେଲେ ସେହି ଗ୍ରାମର ବାଞ୍ଛାନିଧି ଗୌଡ(୬୫)। ପ୍ରକାଶ ଯେ, ଶନିବାର ଅପରାହ୍ଣରେ ବାଞ୍ଛାନିଧି ଶୌଚ କରିବା ପାଇଁ ଗାଁ ନିକଟସ୍ଥ ବାଘୁଆ ନଦୀକୁ ଯାଇଥିଲେ। ଅସାବଧାନତା ବଶତଃ ସେ ପାଣିରେ ବୁଡି ଯାଇଥିଲେ। ଆଖପାଖରେ ଥିବା ଲୋକେ ତାଙ୍କୁ ସେଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବୁଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇ ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରିବା ସହ କେସ୍ ନଂ ୨୧/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି।
7