ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୃତୀ ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ସାଇଲୋ, 02/11/2025, ଉତ୍କଳ voice news - utkalvoicenews.com*( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :*
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧୀନ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଠସାହିର ସୁନାମ ଧନ୍ୟ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାମଲଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଖୁବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି.ପ୍ରିୟ ଶିକ୍ଷକ ଙ୍କୁ ବିଦାୟ ଦେବା ଅବସରରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭିତରେ ଏକ ଭାବବିହୋଳ ପରିସ୍ଥିତି ସୃଷ୍ଟି କରିଥିଲା. ଏହି ଭୂମିକାରେ ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କ ସମେତ ବହୁ ବରଣ୍ୟ ଅତିଥି ଓ ଶିକ୍ଷକ ଶିକ୍ଷୟତ୍ରୀ ମନେ ଯୋଗ ଦେଇଥିଲେ. ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଚରଣ ସାହୁ, ମୁଖ୍ୟ ବକ୍ତା ନରେଶ ଚନ୍ଦ୍ର ସାହୁ, ସମ୍ନାନିୟ ଅତିଥି ଅତିଥି ଗୋବିନ୍ଦ ଚନ୍ଦ୍ର ମିଶ୍ର, ସଭାପତିତ୍ୱ କରିଥିଲେ କେଶବ ଚନ୍ଦ୍ର ଦଳାଇ, ବିଦ୍ୟାଳୟ ଆଲୁମିନ ସଭାପତି ବିନୟ କୁମାର ସାହୁ ଙ୍କ ସମେତ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରସନ କୁମାର ସେଠି. ଗ୍ରାମର ସମସ୍ତ ସଦସ୍ୟଙ୍କ ମହାନତା ଓ ସହାୟତା ସହ ସରକାରୀ ଉଚ୍ଚ ବିଦ୍ୟାଳୟ ସାଇଲୋ ଓ ଦଧିବାମନ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଏହି ଆୟୋଜନ ସୁଚାରୁରୂପେ ସମାପନ କରାଯାଇଥିଲା.
Article Image
11