ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ଥାନାର ବିଭିନ୍ନ ସ୍ଥାନରେ ସାଇବର ସଚେତନତା କାର୍ଯ୍ୟକ୍ରମ

ଏରସମା, 02/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ପୋଲିସ ପକ୍ଷ ରୁ ନାରଦିଆ, ଗଡବିଶୁନୂପୂର, ଗୋଡ଼ା ଓ ପଞ୍ଚାୟତରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଛି l ନାରଦିଆ ପଞ୍ଚାୟତର ପଞ୍ଚପଲ୍ଲୀ ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମରେ ଏରସମା ଥାନା ଅଧିକାରୀ ପ୍ରେମଜିତ ଦାସ, ସ୍ଥାନୀୟ ସରପଂଚ ସୀମାଇଁ ଚରଣ ଭୋଳ, ସମିତି ସଭ୍ୟ ପ୍ରଫୁଲ୍ଲ ପାଲ , ବରିଷ୍ଠ ନାଗରିକ କ୍ଷେତ୍ର ମୋହନ ଦାସ ଯୋଗଦେଇ କୌଣସି ଅଜ୍ଞାତ ଲୋକଙ୍କୁ ଓଟିପି ଦେବା ନାହିଁ l କିମ୍ବା ଲୋଭରେ ବଶ ବ୍ରତୀ ହୋଇ କାହାକୁ ବ୍ୟାଙ୍କ୍ ଖାତାର ବିବରଣୀ ଦେବା କଥା ନୁହେଁ l ବୋଲି କହିଥିଲେ l ସଚେତନ ହେବା ସଜାଗ ହେବା ନାଟକ ମାଧ୍ୟମରେ ଉପସ୍ଥିତ ଲୋକ ମାନଙ୍କୁ ସଚେତନ କରାଯାଇଥିଲା l ସେହିଭଳି ଗୋଡ଼ା ହାଟ ପଡିଆରେ ସାଇବର ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା l କାର୍ଯ୍ୟକ୍ରମରେ ଏରସମା ଆଇ ଆଇ ସି ପ୍ରେମଜିତ ଦାସ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ରବୀନ୍ଦ୍ର ନାୟକ, ସମାଜସେବୀ ପ୍ରଦୀପ୍ତ ସାହୁ ଯୋଗଦେଇ ଉପସ୍ଥିତ ଲୋକମାନଙ୍କୁ ସାଇବର ଠକେଇ ଉପରେ ସଚେତନ କରିଥିଲେ l କାର୍ଯ୍ୟକ୍ରମରେ ଶରତ ବିଶ୍ବାଳ, ପ୍ରଦୀପ୍ତ ସାହୁ, କୈଳାସ ବେହେରାଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ l ଶେଷରେ ଦୁଃଖୀରାମ ସ୍ୱାଇଁ ସ୍ମୁତି ପ୍ରତିଷ୍ଠାନ ପକ୍ଷରୁ ନାଟକ ପରିବେଷଣ କରି ସଚେତନ କରାଯାଇଥିଲା । ଏରସମା ଥାନାର ଏସ ଆଇ ବିଶ୍ୱଜିତ୍ ଗଡନାୟକ୍, ଏ ଏସ ଆଇ ଶୁଶାନ୍ତ କୁମାର ଆଚାର୍ଯ୍ୟ ଓ ସମସ୍ତ କର୍ମଚାରି ଉପସ୍ଥିତ ଥିଲେ ।
Article Image
Article Image
5