ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଇଂରାଜୀ ବକ୍ତୃତାରେ ରୁକେୟା ତୃତୀୟ ଅଞ୍ଚଳବାସୀଙ୍କ ପାଇଁ ଆଣିଲେ ଗୌରବ

ବାଲିକୁଦା, 02/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବାଲିକୁଦା ବ୍ଲକ ବୋରିକିନା ହରିଶପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷର ବାଣିଜ୍ୟ ଛାତ୍ରୀ ରୁକେୟା ତବସୁମ୍ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ ଉପଲକ୍ଷେ ଆୟୋଜିତ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଜଗତସିଂହପୁର ଜିଲା ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଜିଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରୁକେୟା ବାରିଲୋ ଗ୍ରାମର ଅଜିମା ଖୁରସିଦ୍ ଙ୍କ ଝିଅ ଅଟନ୍ତି । ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ଜଗତସିଂହପୁର ଜିଲାପାଳ ଜେ ସୋନାଲ୍ ରୁକେୟାଙ୍କୁ ପୁରସ୍କୃତ କରିଥିଲେ । ରୁକେୟା ସମସ୍ତ ଶ୍ରେୟ ନିଜର ବିଦ୍ୟାଳୟର ଶିକ୍ଷକ, ମାତା ଅଜିମା ଖୁରସିଦ୍, ଭଉଣୀ ଇପ୍ତେସାମ୍ ଖୁରସିଦ୍, ତବସୁମ୍ ଖୁରସିଦ୍, ସୁମେୟା ତବସୁମ୍ ଙ୍କୁ ପ୍ରଦାନ କରିଛନ୍ତି ।
5