କୁଜଙ୍ଗ / ମଲ୍ଲିପୁରା ଗ୍ରାମ, 02/11/2025, ଉତ୍କଳ voice news - utkalvoicenews.com
କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ପାନପୁଲ୍ଲି ନିକଟସ୍ଥ ମଲ୍ଲିପୁରା ଗ୍ରାମରେ ବାଉଁଶ ନାହାକୀଆଣୀ ପୂଜା କମିଟି ତରଫରୁ ମହାଆଡମ୍ବରରେ ରାହାସ ପୂଜା ଆରମ୍ଭ ହୋଇଛି। ଏହା ବିଗତ ୩ ବର୍ଷ ଧରି ଆୟୋଜିତ ହୋଇଆସୁଅଛି। ଏହା ପ୍ରତିବର୍ଷ ପଞ୍ଚୁକ ଦିନ ଆରମ୍ଭ ହୋଇ ଡଙ୍ଗାଭସାଦିନ ଶେଷ ହୋଇଥାଏ। ପ୍ରତିଥର ଭଳି ଏଥର ମଧ୍ୟ ମଲ୍ଲିପୁରା ଗ୍ରାମର ଗ୍ରାମବାସୀମାନେ ମିଶି ପୂଜାଟିକୁ ବହୁ ଧୁମ୍ ଧାମରେ ପାଳନ କରିଛନ୍ତି , ପୂଜା ପୂର୍ବରୁ ପୂଜା କମିଟିର ସମସ୍ତ ସଦସ୍ୟ ମିଳିମିଶି ରାହାସ ପାଇଁ ଠାକୁର ଦାଣ୍ଡଟିକୁ ସୁନ୍ଦର ଭାବରେ ସାଜସଜ୍ଜା କରିବା ସହିତ ନିଜନିଜ ମଧ୍ୟରେ ଅର୍ଥ ଆଦାୟ କରି ଖୁବ୍ ସୁନ୍ଦର ଭାବରେ ଡେକୋରେସନ୍ କରିଥଲେ। ପୂଜା ୩୧ ତାରିଖ ଦିନ ଆରମ୍ଭ ହୋଇଥିବା ବେଳେ ୩ ଦିନ ଧରି କିର୍ତନିଆ ବାଲାଙ୍କ ଠାରୁ ହରିରାମ ସକିର୍ତନ ପୂଜାର ମାହଲ୍ ଟିକୁ ଆହୁରି ସୁନ୍ଦର କରିଛି। ୫ ତାରିଖ ବିସର୍ଜନ ସାରିବା ପରେ ପୂଜାର ସମସ୍ତ ସଦସ୍ୟ ମାନେ ଏବଂ ମଲ୍ଲିପୁରାର ସମସ୍ତ ଗ୍ରାମବାସୀ ଭାତ ଓ ଘାଣ୍ଟ ଖାଇ ଛାଡଖାଇ ମନାଇଥଲେ।