ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ବାଣୀପର୍ବ ର ବାଣୀକ୍ଷେତ୍ର ସାହିତ୍ୟ ଉତ୍ସବ ଓ ଲୋଗୋ ଉନ୍ମୋଚନ

ତିର୍ତୋଲ, 02/11/2025, ଉତ୍କଳ voice news - utkalvoicenews.com*( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :*
Article Image
ସାରଳା ସାହିତ୍ୟ, ସଂସ୍କୃତି ଓ ମହତ୍ତ୍ୱ କୁ ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ସୁପ୍ରତିଷ୍ଠିତ କରିବା ପାଇଁ ବାଣୀପର୍ବ ର ଆବାହକ ଦେବେନ୍ଦ୍ର ନାଥ ରାଉତ ଙ୍କ ଆହ୍ୱାନ କ୍ରମେ ଗତ ରବିବାର ଦିନ ପୂର୍ବାହ୍ନ ରେ, ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ଅତିଥିଭବନରେ, ବାଣୀପର୍ବ, ବାଣୀକ୍ଷେତ୍ର ସାହିତ୍ୟ ଉତ୍ସବ, ଲୋକାର୍ପଣ ପର୍ବ ଓ ଲୋଗୋ ଉନ୍ମୋଚନ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପ୍ରାତଃ ସମୟରେ ମା ସାରଳା ଠାକୁରାଣୀ ଙ୍କ ମାର୍ଜନା ପୂଜାର୍ଚ୍ଚନା ପରେ ଲୋଗୋ ସମର୍ପଣ କରାଯାଇ, ସଭାସ୍ଥଳୀ କୁ ଅଣାଯାଇଥିଲା l ମାଆଙ୍କର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା ଆଶୀର୍ବାଣି ପ୍ରଦାନ କରିଥିଲେ। ଆବାହକ ଦେବେନ୍ଦ୍ର ନାଥ ରାଉତ, ଏହି ବାଣୀପର୍ବ ର ଲକ୍ଷ୍ୟ, ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ପରେ ଡ ସିଦ୍ଧେଶ୍ବର ପଣ୍ଡା, ଓ ଡ଼ ସୁରେନ୍ଦ୍ର ନାଥ ତ୍ରିପାଠୀ ଙ୍କ ସଂଯୋଜନା ରେ ଜଗତସିଂହ ପୁର ଜିଲ୍ଲାର ଶତାଧିକ ସାହିତ୍ୟ ସଂସ୍କୃତି ଓ ସମାଜସେବୀ ସଙ୍ଗଠନ ର କର୍ମକର୍ତ୍ତା ମାନେ ନିଜ ନିଜର ବକ୍ତବ୍ୟ ଓ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ l ଦ୍ୱିତୀୟ ଅଧିବେଶନ ର ଆୟୋଜିତ ସଭା ଅନୁଷ୍ଠାନର ସଭାପତି ଗୌରାଙ୍ଗ ଚରଣ ହୋତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ବେଳେ ମୁଖ୍ୟଅତିଥି ଭାବରେ ସାଂସଦ ବିଭୁପ୍ରସାଦ ତରାଇ ଓ ମୁଖ୍ୟବକ୍ତା ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ଼ ରମାକାନ୍ତ ଭୋଇ, ବିଶିଷ୍ଟ ଶିଳ୍ପପତି ଅନ୍ତର୍ଯ୍ୟାମୀ ପଟ୍ଟନାୟକ, କ୍ୟାପଟେନ ସଂଜୀବ କୁମାର ମୁଦୁଲି, ଓ ଯୁଗ୍ମ ସମ୍ପାଦକ ଅମର ଜ୍ୟୋତି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହିତ ବାଣୀପର୍ବ ର ଲୋଗୋ ଉନ୍ମୋଚନ କରିଥିଲେ। ବାଣୀ ପର୍ବର କର୍ମକର୍ତା ଭଗବାନ ଦାଶ, ସ୍ୱାଗତ ଭାଷଣ ଓ ସ୍ନେହମୟୀ ଆଚାର୍ଯ୍ୟ,ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଣୀ ପର୍ବର କର୍ମକର୍ତା ନଗେନ୍ଦ୍ରନାଥ ସ୍ୱାଇଁ, ବିବେକାନନ୍ଦ ହୋତା, ଦେବୀପ୍ରସାଦ ତ୍ରିପାଠୀ,ସୁରେଶ ଚନ୍ଦ୍ର ପ୍ରଧାନ, ରତିକାନ୍ତ ପଣ୍ଡା, ଶରତ ଚନ୍ଦ୍ର ଦାଶ ପ୍ରମୁଖ କାର୍ଯ୍ୟକ୍ରମ କୁ ସକ୍ରିୟ ପରିଚାଳନା କରିଥିଲେ।ଆସନ୍ତା ଜାନୁଆରୀ 23/24/25 ତାରିଖ ଦୀର୍ଘ ତିନି ବ୍ୟାପି ଏହି ବାଣୀପର୍ବ ର ଅନ୍ତର୍ଜାତୀୟ ସାରସ୍ୱତ ମହୋତ୍ସବ ଝଙ୍କଡ଼ ଶାରଳାପୀଠରେ ଅନୁଷ୍ଠିତ ହେବବୋଲି କର୍ମକର୍ତା ମାନେ ସୂଚନା ପ୍ରଦାନ କରିଥିଲେ।
Article Image
Article Image
67