ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୂଆପଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି

ନୂଆପଡ଼ା, 03/11/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ନୂଆପଡ଼ା ଯାଦବ ଭବନ ଠାରେ ଭାରତୀୟ ମଜଦୂର ସଂଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ରାଜ୍ୟ ଉପସଭାପତି ସାନ୍ତୁନୁ ମହାପାତ୍ର , ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ , ପ୍ରଭାରୀ ବିଶ୍ଵ ରଞ୍ଜନ ସାହା , ସଂଗଠନ ସମ୍ପାଦକ ଲକ୍ଷ୍ମଣ ଦାସ , ଅସଂଘଠିତ କ୍ଷେତ୍ରର ପ୍ରମୁଖ ସୁରେନ୍ଦ୍ର ରାୟ , ଓଡ଼ିଶା କନଷ୍ଟ୍ରେକସନ ମଜଦୁର ମହା ସଂଘର ରାଜ୍ୟ ସଭାପତି ମନୋଜ ବସନ୍ତରାୟ , ପାଚିକା ଓ ସହାୟିକା ମଜଦୂର ସଂଘର ରାଜ୍ୟ ସଭାପତି ମୁକ୍ତିକାନ୍ତ ସାହୁ ଯୋଗ ଦେଇ ଆଗାମୀ ଉପ ନୀର୍ବାଚନରେ ରାଷ୍ଟ୍ର ହୀତରେ ସତପ୍ରତିସତ ମତଦାନ କରିବା ପାଇଁ ଆହ୍ୱାନ କରିଥିଲେ।
Article Image
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ବାବୁଲାଲ ମାଝି ଉପସ୍ଥିତ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ବୈଠକରେ ଅଲ୍ ଓଡିଶା ଅଙ୍ଗନବାଡି ଲେଡ଼ିଜ୍ ୱାର୍କରର୍ସ ଆସୋସିଏସନ୍ , ଓଡିଶା ରାଜ୍ୟ ଆଶା କର୍ମୀ ସଂଘ, ଓଡିଶା ରାଜ୍ୟ ପାଚିକା ସଂଘ , ବିଶ୍ୱକର୍ମା ମଜଦୁର ସଂଘ, ନୂଆପଡ଼ା ନୀର୍ମାଣ ମଜଦୂର ସଂଘ , ସ୍ବାବଲମ୍ବୀ କାରିଗର ସଂଘ , ହେମାଳ ମଜଦୂର ସଂଘ , ଓଲ ଓଡିଶା ହସ୍ପିଟାଲ କର୍ମଚାରୀ ସଂଘ। , ସିଆରପି ଏବଂ ଏମବିକେ ସଂଘ , କେନ୍ଦୁପତ୍ର ମଜଦୂର ସଂଘ , ଓଡିଶା କୃଷି ଓ ଗ୍ରାମୀଣ ମଜଦୁର ସଂଘ, ବିଦ୍ୟୁତ୍ ମଜଦୂର ମହାସଂଘ , ପାଚିକା ସହାୟିକା ମଜଦୂର ସଂଘ , ସଫେଇ କର୍ମଚାରୀ ସଂଘ ର ପ୍ରମୁଖ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ l
4