ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୋକୁଳ ମୁଣ୍ଡା ଗ୍ରାମରେ ୧୮ ଦିନିଆ ତାଲିମ୍ ନେଇ ସ୍ବାବଲମ୍ବୀ ହେଲେ ମହିଳାମାନେ

ରାୟଗଡ଼ା, 03/11/2025, ଉତ୍କଳ voice news - utkalvoicenews.com ( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଅଧୀନସ୍ଥ ଗୋକୁଳ ମୁଣ୍ଡା ଗ୍ରାମ ପରିସରରେ ମିଲେଟ୍ ଆଧାରିତ ଖାଦ୍ୟ ପଦାର୍ଥ ପ୍ରସ୍ତୁତିକରଣ ଓ ବିପଣନୀକରଣ ବିଷୟରେ ମହିଳାମାନଙ୍କୁ ସଚେତନ କରିବା ସହ ପ୍ରାୟୋଗିକ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ୧୮ ଦିନିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଆଇ.ଡି.ବି.ଆଇ ବ୍ୟାଙ୍କ ଦ୍ଵାରା ପ୍ରାୟୋଜିତ ଏବଂ ଇଡି.ଆଇ.ଆଇ (Entrepreneurship Development Institute of India) ଦ୍ଵାରା ପରିଚାଳିତ “ପ୍ରକଳ୍ପ ରାଇଜ (Project RISE)” ର ଅଂଶ ଭାବେ ଆୟୋଜିତ ହୋଇଥିଲା। ପ୍ରକଳ୍ପ ରାଇଜ ର ସଂଯୋଜକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଶ୍ରୀ ଜଗନ୍ନାଥ ଚିନରୀ ଓ ଗଣମାଧ୍ୟମ ପ୍ରତିନିଧି ସହିତ ସ୍ଥାନୀୟ ଅତିଥିମାନେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ପ୍ରେରଣା ଦେଇଥିଲେ। ତାଲିମ ସମୟରେ ଉଦ୍ୟୋଗୀ ମହିଳାମାନଙ୍କୁ ମିଲେଟ୍ ରେ ତିଆରି ହେଉଥିବା ଭିନ୍ନ ପ୍ରକାରର ଖାଦ୍ୟ – ଯଥା ଲଡୁ, ବିସ୍କୁଟ୍, ପିଠା, ମିକ୍ସ, ଚକଲେଟ୍ ଓ ସୁଆନ୍ ଆଧାରିତ ପ୍ରସ୍ତୁତି ବିଷୟରେ ଟେକ୍ନୋଲୋଜିକାଲ ଓ ଉଦ୍ୟୋଗୀକ ଜ୍ଞାନ ଦିଆଯାଇଥିଲା। ପ୍ରକଳ୍ପ ରାଇଜ ର ଲକ୍ଷ୍ୟ ହେଉଛି — ଗ୍ରାମୀଣ ମହିଳାମାନଙ୍କୁ ସ୍କିଲ୍ ଓ ସହାୟତା ଦେଇ ସେମାନଙ୍କୁ ସ୍ବାବଲମ୍ବୀ କରି ଘରୋଇ ଉଦ୍ୟମ ଦ୍ଵାରା ଆର୍ଥିକ ଶକ୍ତିକରଣ କରାଇବା। ଏହି ତାଲିମ ମାଧ୍ୟମରେ ଗୋକୁଳ ମୁଣ୍ଡା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳର ୩୦ ରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ସକ୍ରିୟ ଭାବରେ ଶିଖିଥିଲେ। ତାଲିମର ଶେଷ ଦିନରେ ଅଂଶଗ୍ରହଣକାରୀମାନେ ନିଜେ ତିଆରି କରିଥିବା ବିଭିନ୍ନ ମିଲେଟ୍ ଖାଦ୍ୟ ପ୍ରସ୍ତୁତିର ପ୍ରଦର୍ଶନ କରିଥିଲେ, ଯାହାକୁ ସମସ୍ତ ଅତିଥି ଓ ଅନ୍ୟ ଉଦ୍ୟୋଗୀମାନେ ବହୁତ ପ୍ରଶଂସା କରିଥିଲେ। ଶେଷରେ, ଶ୍ରୀ ଅଶ୍ୱିନୀ କୁମାର ମିଶ୍ର କହିଥିଲେ, “ଏହି ପ୍ରକାର ତାଲିମ ମାଧ୍ୟମରେ ମହିଳାମାନେ ନିଜେ ସ୍ବାବଲମ୍ବୀ ହେବା ସହ ସମାଜରେ ଅନ୍ୟମାନଙ୍କୁ ପ୍ରେରଣା ଦେବେ। ମିଲେଟ୍ ଆଧାରିତ ଉଦ୍ୟମ ଆଗାମୀଦିନରେ ଗ୍ରାମୀଣ ଅର୍ଥନୀତିକୁ ଶକ୍ତିଶାଳୀ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ।”
11