ପାରାଦୀପ ଗଡ, 29/01/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଳକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ଅବସ୍ଥିତ ପାରେଶ୍ୱର ସରକାରୀ ଉଚ୍ଚ ବାଳିକା (ଆବାସିକ) ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଟିତ ହୋଇ ଯାଇଛି l
ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପବିତ୍ର ମୋହନ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଡକ୍ଟର ଗଙ୍ଗାଧର ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ତପନ କୁମାର ଦାସ, ସୁଶ୍ରୀ ସଙ୍ଗୀତ ବଡୁ, ରଞ୍ଜୁଲତା ଦେଇ, ସମୀର କୁମାର ଓଝା, ଭବାନୀ ଶଙ୍କର ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କ ଉତ୍ତର ତ୍ତୋର ଉନ୍ନତି କାମନା କରିଥିଲେ l
ସ୍କୁଲ ର ପ୍ରଧାନ ଶିକ୍ଷକ ବାସିଲ କୁଲ ସଭାପତିତ୍ବ କରିଥିବା ବେଳେ ବରିଷ୍ଟ ଶିକ୍ଷକ ଶ୍ରୀଯୁକ୍ତ ରାଜକିଶୋର ପ୍ରତିହାରୀ ସଭା ସଂଯୋଜନା କରିଥିଲେ l
ଶିକ୍ଷୟତ୍ରୀ ତୃପ୍ତିମୟୀ ଦାସ ଅତିଥି ପରିଚୟ ପ୍ରଦାନ କରିଥଲେ ଓ ଧନ୍ୟବାଦ୍ ଅର୍ପଣ କରିଥଲେ l ପରିଶେଷରେ ସ୍କୁଲ ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା l