ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ଥାନାର ବିଭିନ୍ନ ସ୍ଥାନରେ ସାଇବର ସଚେତନତା କାର୍ଯ୍ୟକ୍ରମ

ଏରସମା, 03/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ପୋଲିସ ପକ୍ଷରୁ କନାଗୁଳୀ ହାଇସ୍କୁଲ, ଆମ୍ବିକି ପଞ୍ଚାୟତର ଚାଉଳିଆ,ଜପା ଓ କୋଠୀ ଠାରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଛି l ଆମ୍ବିକି ପଞ୍ଚାୟତର ଚାଉଳିଆ ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମରେ ଏରସମା ଥାନା ଅଧିକାରୀ ପ୍ରେମଜିତ ଦାସ ଯୋଗଦେଇ କୌଣସି ଅଜ୍ଞାତ ଲୋକଙ୍କୁ ଓଟିପି ଦେବା ନାହିଁ ,କିମ୍ବା ଲୋଭରେ ବଶ ବ୍ରତୀ ହୋଇ କାହାକୁ ବ୍ୟାଙ୍କ୍ ଖାତାର ବିବରଣୀ ଦେବା କଥା ନୁହେଁ ବୋଲି କହିଥିଲେ। ସଚେତନ ହେବା ସଜାଗ ହେବା ନାଟକ ମାଧ୍ୟମରେ ଉପସ୍ଥିତ ଲୋକ ମାନଙ୍କୁ ସଚେତନ କରାଯାଇଥିଲା l ସେହିଭଳି ଜପା ଓ କୋଠୀ ଠାରେ ସାଇବର ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମରେ ଏରସମା ଆଇ ଆଇ ସି ପ୍ରେମଜିତ ଯୋଗଦେଇ ଉପସ୍ଥିତ ଲୋକମାନଙ୍କୁ ସାଇବର ଠକେଇ ଉପରେ ସଚେତନ କରିଥିଲେ। ଶେଷରେ ଦୁଃଖୀରାମ ସ୍ୱାଇଁ ସ୍ମୁତି ପ୍ରତିଷ୍ଠାନ ପକ୍ଷରୁ ନାଟକ ପରିବେଷଣ କରି ସଚେତନ କରାଯାଇଥିଲା । ଏରସମା ଥାନାର ଏସ ଆଇ ବିଶ୍ୱଜିତ୍ ଗଡନାୟକ୍, ଏ ଏସ ଆଇ ଶୁଶାନ୍ତ କୁମାର ଆଚାର୍ଯ୍ୟ ଓ ସମସ୍ତ କର୍ମଚାରି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କୃପାସିନ୍ଧୁ ଶୁକ୍ଳା ସହିତ ସ୍ଵାମୀ ବିବେକାନନ୍ଦ ୟୁଥ୍ କ୍ଳବର ଅର୍ଜୁନ କୁମାର କରଣ ଓ ନିତ୍ୟାନନ୍ଦ ଦାସ ସହଯୋଗ କରିଥିଲେ।
Article Image
7